Latest Odisha News

BREAKING NEWS

ଆଜିଠୁ +୩ ଲାଗି ସ୍ପଟ୍ ଆଡମିଶନ୍ ଆରମ୍ଭ

ଭୁବନେଶ୍ୱର : ରାଜ୍ୟରେ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଯୁକ୍ତ ୩ରେ ନାମଲେଖା ଲାଗି ସ୍ପଟ୍ ଆଡମିଶନ୍ ପ୍ରକ୍ରିୟା ଶୁକ୍ରବାର ଦିନ ଠାରୁ ଆରମ୍ଭ ହୋଇଛି ।

ଶିକ୍ଷା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ଆଡମିସନ୍ ଲାଗି ଅଗଷ୍ଟ ୧୬ରୁ ୧୮ ମଧ୍ୟରେ ନିଜ ନାମ ରେଜିଷ୍ଟର କରିପାରିବେ । ଅଗଷ୍ଟ ୧୮ରେ ସିଲେକ୍ସନ ଲିଷ୍ଟ ବାହାରିବାକୁ ଥିବା ବେଳେ ଆସନ୍ତା ୧୯ରୁ ୨୧ ତାରିଖ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ଆଡମିସନ୍ ଫି’ ଦାଖଲ କରିବେ ।

ଆହୁରି ମଧ୍ୟ ଆସନ୍ତା ୨୩ ତାରିଖ ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ କଲେଜ ଗୁଡିକରେ ନାମ ଲେଖାଇପାରିବେ ।

ଅପରପକ୍ଷରେ ବଳକା ସିଟ୍ ଲାଗି ସ୍ପଟ୍ ଆଡମିଶନ କରାଯାଉଥିବା ବେଳେ ଯୁକ୍ତ ତିନି ରେଗୁଲାର କ୍ଲାସ୍ ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ବୋଲି ବିଜ୍ଞପ୍ତିରୁ ଜଣାପଡିଛି।

Leave A Reply

Your email address will not be published.