Latest Odisha News

BREAKING NEWS

ବାୟୋଲୋଜିକାଲ ଲାବରୋଟେରୀକୁ କବଜା କଲେ ସୁଡାନ ବିଦ୍ରୋହୀ, ଚିନ୍ତାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ

ଖାର୍ତୁମ: ସୁଡାନରେ ଏବେ ଗୃହଯୁଦ୍ଧ ଚାଲିଛି । ସୁଡାନ ସେନା ଓ ର‌୍ୟାପିଡ ସପୋର୍ଟ ଫୋର୍ସ ମଧ୍ୟରେ ୧୫ ଏପ୍ରିଲରୁ ସଂଘର୍ଷ ଆରମ୍ଭ ହୋଇଛି । ଏ ପର୍ଯ୍ୟନ୍ତ ପାଖାପାଖି ୫୦୦ ଲୋକ ମୃତ୍ୟୁବରଣ କରିଛନ୍ତି । ତେବେ ସୁଡାନର ଥିବା ବାୟୋଲୋଜିକାଲ ଲାବରୋଟେରୀକୁ ନିର୍ଦ୍ଦିଷ୍ଟ ଗୋଷ୍ଠୀ କବଜା ନେଇଛି । ତେବେ ସେନା କିମ୍ବା ଆରଏସଏପ ତାହା ସ୍ପଷ୍ଟ ହୋଇନି । ଏହି ଲ୍ୟାବରେ ଅନେକ ମାରାତ୍ମକ ଭାଇରସ ଗବେଷଣା ପାଇଁ ରଖାଯାଇଛି । ଯାହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ବ୍ୟକ୍ତ କରିଛି । ଯଦି ଏହା ମଧ୍ୟରେ ଭାଇରସ ବାହରକୁ ଆସିବେ ତେବେ ସମସ୍ୟା ସୃଷ୍ଟି ହେବ ।

ଜୈବିକ ସାମଗ୍ରୀକୁ ସୁରକ୍ଷାରେ ରଖୁଥିବା ଟେକ୍ନିସିଆନଙ୍କୁ ସେମାନେ ଭିତରକୁ ଛାଡୁ ନାହାନ୍ତି । ଏହା ବ୍ୟତୀତ ପାନୀୟ ଜଳ ସମସ୍ୟା ଯୋଗୁ ଲୋକେ ବିକଳରେ ନୀଳ ନଦୀର ପାଣି ପିଉଛନ୍ତି । ସଂଘର୍ଷ ବଢ଼ିବା ପରେ ଆମେରିକା ବୈଦେଶିକ ମନ୍ତ୍ରୀ ଏଂଟନୀ ବ୍ଲିକଂନ ମଙ୍ଗଳବାର ଦୁଇ ଗୋଷ୍ଠୀ ସହ ଆଲୋଚନା କରିଥିଲେ । ଏହା ପରେ ଉଭୟ ୨୪ ଏପ୍ରିଲ ମଧ୍ୟରାତ୍ରୀରୁ ୭୨ ଘଂଟା ପାଇଁ ଯୁଦ୍ଧବିରାମ ନେଇ ସହମତ ହୋଇଛନ୍ତି ।

Comments are closed.