ଉଦୟପୁର: ଏପ୍ରିଲ ମାସରେ ପ୍ରବଳ ଖରା ଯୋଗୁ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି । କିନ୍ତୁ ରାଜସ୍ଥାନରେ ଏବେ ଜଣେ ସାଧୁ ବିଶ୍ୱର କଲ୍ୟାଣ ପାଇଁ ଡ଼ହ ଡ଼ହ ଖରାରେ ବସି ତପସ୍ୟା କରିବା ସମସ୍ତଙ୍କୁ ଚକିତ କରିଛି ।
ରାଜସ୍ଥାନ ଉଦୟପୁରର ଜାଡ଼ୋଲ ଉପଖଣ୍ଡ ଖାଗଡ଼ ଗାଁରେ ରହିଛି ଗୋପେଶ୍ୱର ମହାଦେବ ମନ୍ଦିର । ଏହା ନିକଟରେ ଏକ ଆଶ୍ରମ ରହିଛି । ଏଠାରେ ସାଧୁ ତୁଳସିଗିରି ମହାରାଜ ୧୫ ଦିନ ହେଲା ଡ଼ହ ଡ଼ହ ଖରାରେ ତପସ୍ୟା କରୁଛନ୍ତି । ସେ ପ୍ରତ୍ୟେ କ ଦିନ ମଧ୍ୟାହ୍ନ ୧୨ ରୁ ଅରାପହ୍ନ ୩ ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ପ୍ରବଳ ଖରାରେ ତପସ୍ୟା କରୁଛନ୍ତି । ତାଙ୍କ ଚାରିପଟେ ସାତୋଟି ଅଗ୍ନିକୁଣ୍ଡରେ ନିଆଁ ମଧ୍ୟ ଜଳୁଛି ।
ବିଶ୍ୱର କଲ୍ୟାଣ ପାଇଁ ସାଧୁ ତୁଳସିଗିରି ମହାରାଜ ଏହି ତପସ୍ୟା କରୁଥିବା ଜଣାଯାଇଛି । ଏହି ପ୍ରସଙ୍ଗରେ ପଣ୍ଡିତ ଗୋବିନ୍ଦ ଶାସ୍ତ୍ରୀ ସାଧୁ କହିଛନ୍ତି ଯେ, ତୁଳସିଗିରି ମହାରାଜଙ୍କ ଏହି ତପସ୍ୟା ମାସେ ଧରି ଚାଲିବ । ଶେଷ ତିନିଦିନ ଅଖଣ୍ଡ ରାମାୟଣ ପାଠ କରାଯିବା ସହ ଅନ୍ୟାନ୍ୟ ରୀତିନୀତି ପାଳନ କରାଯିବ । ଏହି ସମୟରେ ଦୂର ଦୂରାନ୍ତରୁ ବହୁ ସାଧୁ ମଧ୍ୟ ଅଂଶଗ୍ରହଣ କରିବେ ।
ଏଠାରେ ସାଧୁଙ୍କ ତପସ୍ୟା ଦେଖିବା ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ଭିଡ଼ ଜମିବ । ତୁଲସିଗିରି ମହାରାଜ ଜାନୁଆରୀ ୧୧ ରୁ ମଉନବ୍ରତ ପାଳନ କରୁଛନ୍ତି । ତାଙ୍କ ତପସ୍ୟା ଶେଷ ଦିନ ତାଙ୍କର ମଉନବ୍ରତ ବି ଭାଙ୍ଗିବେ । ପ୍ରଥମ ଥର ପାଇଁ ଏହି ଉପାୟରେ ସେ ତପସ୍ୟା କରୁଛନ୍ତି , ଯାହା ପାଇଁ ସେ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ।
Comments are closed.