Latest Odisha News

BREAKING NEWS

ମୋତେ ଚ୍ୟାଲେଞ୍ଜିଂ ଚରିତ୍ର ବହୁତ ପସନ୍ଦ: ଶେହନାଜ ଗିଲ୍

ମୁମ୍ବାଇ: ବଲିଉଡ଼ର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି ଜାନ\’ ବକ୍ସ ଅଫିସରେ ଏତେଟା ସଫଳତା ପାଇଲା ନାହିଁ । ଏହି ଫିଲ୍ମରେ ସଲମାନଙ୍କ ସହ ଅଭିନୟ କରିଥିବା ଶେହନାଜ୍ ଗିଲ୍ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଏଥିରେ ଶେହନାଜ ବଲିଉଡରେ ଡେବ୍ୟୁ କରିଛନ୍ତି । ଏହି ଫିଲ୍ମରେ ଶେହନାଜଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି ସିନେପ୍ରେମୀ । ଏବେ ଅନେକ କାର୍ଯ୍ୟକ୍ରମରେ ଶେହନାଜଙ୍କୁ ଦେଖିବାକୁ ମିଳୁଛି ।

ସେ କିପରି ଫିଲ୍ମ କରିବାକୁ ପସନ୍ଦ କରନ୍ତି ବୋଲି ନିକଟରେ ଏକ ସାକ୍ଷାତକାରରେ ଶେହନାଜ କହିଛନ୍ତି ଯେ, ଯେହେତୁ ମୁଁ ଜଣେ ଅଭିନେତ୍ରୀ ତେଣୁ ସବୁ ପ୍ରକାର ଚରିତ୍ରରେ ଅଭିନୟ କରିବାକୁ ଚାହୁଁଛିି । ଏପରି ଫିଲ୍ମ କରିବାକୁ ଚାହୁଁଛିି ଯାହା ସହିତ ଲୋକମାନେ ସମ୍ପର୍କ କରିପାରିବେ । ସବୁଠୁ ବେଶୀ ଚାଲେଞ୍ଜିଂ ଚରିତ୍ର ପସନ୍ଦ । ଏମିତି ଅଫର ମିଳିଲେ ମୁଁ କେବେ ହାତଛଡ଼ା କରିବି ନାହିଁ । ପ୍ରସିଦ୍ଧ ଅଭିନେତ୍ରୀ ରାଧିକା ଆପଟେଙ୍କ ପରିି ମୁଁ ଅଭିନୟ କରିବାକୁ ଚାହେଁ । ରାଧିକା ବହୁତ ଚ୍ୟାଲେଞ୍ଜିଂ ଚରିତ୍ରରେ ଅଭିନୟ କରିଥାନ୍ତି । ରାଧିକାଙ୍କୁ ଗୁପ୍ତଚର କମେଡି ଫିଲ୍ମ ‘ଶ୍ରୀମତୀ ଅଣ୍ଡରକବର\’ରେ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.