ଭୁବନେଶ୍ୱର: ଇଲେକ୍ଟ୍ରିକ୍ ଭେଇକିଲ୍ (ବ୍ୟାଟେରି ଚାଳିତ ଯାନ) ବିକ୍ରି ବୃଦ୍ଧି ପାଇଁ ସବସିଡି ବଢ଼ାଇଛନ୍ତି ରାଜ୍ୟ ସରକାର । ଏନେଇ ଆଜି ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ପୂର୍ବାପେକ୍ଷା ଇଭି ଗାଡ଼ି କିଣୁଥିବା ଲୋକେ ଏବେ ଅଧିକ ଟଙ୍କା ସବସିଡି ଆକାରରେ ପାଇବେ ।
📢 Announcement!!!
Odisha Electric Vehicle Policy, 2021 amended with approval of the #OdishaCabinet. The purchase incentives for 2/3/4 wheelers have been revised and increased for faster adoption of #ElectricVehicles in #Odisha pic.twitter.com/fd1CXX12DX
— ବାଣିଜ୍ଯ ଓ ପରିବହନ ବିଭାଗ । Commerce & Transport (@CTOdisha) April 26, 2023
ଦୁଇ ଚକିଆ ଗାଡ଼ି କିଣୁଥିଲେ ପ୍ରତି ୧ କିଲୋୱାଟ୍ ବ୍ୟାଟେରି ପିଛା ୫ ହଜାର ଟଙ୍କା ହିସାବରେ ସର୍ବାଧିକ ୨୦ ହଜାର ଟଙ୍କା ସବସିଡି ମିଳିବ । ସେହିଭଳି ଅଟୋ ରିକ୍ସା କ୍ଷେତ୍ରରେ ସର୍ବାଧିକ ୩୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ୧ କିଲୋୱାଟ୍ ବ୍ୟାଟେରି ପିଛା ୧୦ ହଜାର ଟଙ୍କା ହିସାବରେ ସର୍ବାଧିକ ଦେଢ଼ ଲକ୍ଷ ଟଙ୍କା ସବସିଡି ଦେବେ ରାଜ୍ୟ ସରକାର ।
ପୂର୍ବରୁ ରାଜ୍ୟ ସରକାର ଇଲେକ୍ଟ୍ରିକ୍ ଭେଇକିଲ୍ ମୂଲ୍ୟରେ ୧୫ ପ୍ରତିଶତ ସବସିଡି ଦେଉଥିଲେ । ୨ ଚକିଆ କ୍ଷେତ୍ରରେ ସର୍ବାଧିକ ୫ ହଜାର ଟଙ୍କା, ୩ ଚକିଆ କ୍ଷେତ୍ରରେ ୧୦ ହଜାର ଟଙ୍କା ଏବଂ ୪ ଚକିଆ କ୍ଷେତ୍ରରେ ସର୍ବାଧିକ ୫୦ ହଜାର ଟଙ୍କା ସବସିଡି ଦେଉଥିଲେ ରାଜ୍ୟ ସରକାର । ତଥାପି ଆଶାନୁରୂପ ଇଭି ବିକ୍ରି ନ ହେବାରୁ ସରକାର ସବସିଡି ରାଶି ବୃଦ୍ଧି କରିଛନ୍ତି ।
Comments are closed.