Latest Odisha News

BREAKING NEWS

୭୦୦୦ ପୁରୁଷଙ୍କୁ କଲେଣି ପ୍ରେମିକ: ତଥାପି ମିଳିନି ଜୀବନସାଥୀ

କାଲିଫର୍ଣ୍ଣିିଆ: ଆଜିର ସମୟରେ ଲୋକେ ନିଜର ଗୋଟେ ଭଲ ଜୀବନସାଥୀ ପାଇବାକୁ ଇଛା କରନ୍ତି । କାହାକୁ ଭଲ ମିଳୁଥିବା ବେଳେ ଆଉ କେହି ହଇରାଣ ହୋଇଥାନ୍ତି । ହେଲେ ଆମେରିକାର ଜଣେ ମହିଳା ଭଲ ଜୀବନ ସାଥୀ ଖୋଜିବାକୁ ଯାଇ ୭୦୦୦ ପୁରୁଷଙ୍କୁ ପ୍ରେମିକ କଲେଣି । ତଥାପି ମିଳିନି ତାଙ୍କୁ ଭଲ ଜୀବନସାଥୀ ।

କାଲିଫର୍ଣ୍ଣିିଆର ବାସିନ୍ଦା ୨୫ ବର୍ଷିୟା ନାଲା ରୟ । ସେ କେବଳ ଜଣେ ଅନ୍‌ଲାଇନ୍ ମଡ଼େଲ । ଲୋକମାନେ ତାଙ୍କ ଅଶ୍ଳୀଳ ଫଟୋ ଏବଂ ଭିଡିଓ ଦେଖିବା ପାଇଁ ଟଙ୍କା ଦେଇ ତାଙ୍କ ଆକାଉଣ୍ଟକୁ ସବସ୍କ୍ରାଇବ କରିଥାନ୍ତି । ଏହି କାରଣରୁ ଅନ୍‌ଲାଇନ୍ ଦୁନିଆରେ ତାଙ୍କର ୭୦୦୦ରୁ ଅଧିକ ପ୍ରେମିକ ଅଛନ୍ତି । ତେବେ ଯେଉଁ ପୁରୁଷ ବାସ୍ତବ ଜୀବନରେ ତାଙ୍କୁ ଭେଟିଥାନ୍ତି, ତାଙ୍କ ସୌନ୍ଦର୍ଯ୍ୟ, ଧନ ଏବଂ ଜୀବନଶୈଳୀ ଦେଖି ଭୟଭୀତ ହେବା ସହିତ ପରେ ତାଙ୍କ ନିକଟତର ବୋକୁ ଆଗ୍ରହ ଦେଖାନ୍ତି ନାହିଁ ।

ନାଲା କୁହନ୍ତି, ପୁରୁଷମାନେ ତାଙ୍କୁ ବହୁତ ଡ଼ରନ୍ତି । ତାଙ୍କୁ ଭେଟୁଥିବା ଅଧିକାଂଶ ଯୁବକ ନିଜ ନିୟନ୍ତ୍ରଣକୁ ନେବାକୁ ଉଦ୍ୟମ କରିଥାନ୍ତି, ଯାହାକୁ ସେ ଆଦୌ ପସନ୍ଦ କରନ୍ତି ନାହିଁ । ଏହି କାରଣରୁ, ସେ ଅନଲାଇନ୍ ପ୍ରେମିକ ତିଆରି କରିବା ଆରମ୍ଭ କରିଥିଲେ, ଯାହାର ସଂଖ୍ୟା ଏବେ ପାଖାପାଖି ୭ ହଜାର । ଅନଲାଇନ୍ ପ୍ରେମିକମାନେ ମୋ ଉପରେ ମାଲିକ ହୋଇପାରିବେ ନାହିଁ । ତେଣୁ ସେମାନଙ୍କୁ ମୁଁ ପସନ୍ଦ କରେ ।

ସେ ଆହୁରି କହିଛନ୍ତି ଯେ, ସେ ପ୍ରତିଦିନ ତାଙ୍କ ପ୍ରେମିକମାନଙ୍କୁ ମେସେଜ୍ ଦିଅନ୍ତି । ତା’ପରେ କଥାବାର୍ତ୍ତା ଆରମ୍ଭ କରନ୍ତି, ଯେପରି ପ୍ରେମିକପ୍ରେମିକା କଥା ହୋଇଥାନ୍ତି । ସେ କେବେ କାହାକୁ ଦେଖା କରନ୍ତି ନାହିଁ । କେବଳ ଅନ୍‌ଲାଇନ୍‌ରେ ସମ୍ପର୍କ ରଖିଥାନ୍ତି । ହେଲେ ସେ ଏମିତି ପ୍ରେମିକ ଖୋଜୁଛନ୍ତି ଯିଏ ତାଙ୍କୁ ଭଲ ପାଇବା ସହ ତାଙ୍କ କାମକୁ ବି ପସନ୍ଦ କରିବ । ନାଲା ମାସକୁ ୨ କୋଟି ଟଙ୍କା ରୋଜଗାର କରିଥାନ୍ତି ।

Leave A Reply

Your email address will not be published.