ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ଧାରଣା ଦେଇଥିବା ରେସଲରଙ୍କୁ ବୁଧବାର ଖାପ ପଂଚାୟତ ସମର୍ଥନ ଯୋଗାଇଛି । ଆମର ରେସଲର ଝିଅ କାନ୍ଦୁଛନ୍ତି । ନିଶ୍ଚୟ କିଛି ଅନ୍ୟାୟ ହୋଇଛି ବୋଲି ପଂଚାୟତ ପକ୍ଷରୁ କୁହାଯାଇଛି । ୨୭ ଏପ୍ରିଲରେ ୧୪୩୦ ଗ୍ରାମକୁ ନେଇ ଗଠିତ ପଂଚାୟକ ଦିଲ୍ଲୀ ଯିବା ପାଇଁ ନିଷ୍ପତି ନେଇଛନ୍ତି । ଏହା ଫଳରେ ଏହି ଧାରଣା ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି । ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ରେସଲରମାନେ ଏହି ଧାରଣା ଦେଇଛନ୍ତି । ବ୍ରିଜଭୂଷଣଙ୍କ ସମେତ କେତେକ କୋଚ ମହିଳା ରେସଲରଙ୍କୁ ଯୌନ ଉତ୍ପୀଡନ କରିଥିବା ପରି ସାଂଘାତିକ ଅଭିଯୋଗ ଆଣିଛନ୍ତି । ଆମେ ଖେଳାଳି, ଆମକୁ ରାଜନୀତି ଆସେନି । ଆଜି ଆପଣମାନଙ୍କୁ ଆମର ଆବଶ୍ୟକତା ରହିଛି ବୋଲି ସେମାନେ ଖାପ ପଂଚାୟତଙ୍କୁ ଅନୁରୋଧ କରିଥିଲେ ।
ଏହି ଲଢ଼େଇ ଏକ ବାହୁବଳର ବିପକ୍ଷରେ ହୋଇଥିବାରୁ ଆପଣମାନଙ୍କ ସହଯୋଗ ବିନା ଏହା ସମ୍ଭବପର ନୁହେଁ ବୋଲି ପୁନିଆ କହିଥିଲେ । ଏହା ପରେ ଖାପ ପଂଚାୟତ ଏଥିନେଇ ସକ୍ରିୟ ହୋଇ ଉଠିଥିଲେ । ଅଧିକାଂଶ ପଂଚାୟତ ଖେଳାଳିମାନଙ୍କୁ ସମର୍ଥନ କରିବା ପାଇଁ ନିଷ୍ପତି ନେଇଛନ୍ତି । ପୂର୍ବରୁ ରେସଲରମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏ ଭଳି ଏକ ସମ୍ବେଦନଶୀଳ ଘଟଣାରେ ପୋଲିସର କାର୍ଯ୍ୟ ନେଇ ମଧ୍ୟ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।
Comments are closed.