ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ସନ୍ତୋଷଜନକ ରହି ନାହିଁ । ଏବେ ଟିମ ପଂଏଟ ଟେବୁଲରେ ଶେଷ ସ୍ଥାନରେ ରହିଛି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ପରେ ଦିଲ୍ଲୀ କ୍ୟାପିଟାଲ୍ସର ଖେଳାଳିମାନେ ଏକ ଘରୋଇ ପାର୍ଟିରେ ଯୋଗ ଦେଇଥିଲେ । ପାର୍ଟିରେ ମାତାଲ ଅବସ୍ଥାରେ ଜଣେ ଖେଳାଳି ମହିଳା ପ୍ରତି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ଘଟଣା ପ୍ରସାରିତ ହେବା ପରେ ଫ୍ରାଂଚାଇଜ ମଧ୍ୟ ଗମ୍ଭୀର ହୋଇ ଉଠିଛି । ଖେଳାଳିଙ୍କ ନାମ ପ୍ରକାଶ କରାଯାଇ ନ ଥିଲେ ମଧ୍ୟ ଫ୍ରାଂଚାଇଜ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତି ନେଇଛି ।
ଖେଳାଳିମାନଙ୍କୁ ଶୃଙ୍ଖଳିତ ରଖିବା ପାଇଁ ଆଇପିଏଲରେ କଡା ନିୟମ ଲାଗୁ କରାଯାଇଛି । ଯେପରି ଖେଳାଳିମାନେ ରାତି ୧୦ଟା ପରେ ତାଙ୍କ ପରିଚିତଙ୍କୁ ହୋଟେଲ ରୁମକୁ ନେଇପାରିବେ ନାହିଁ । ଯଦି କାହାକୁ ଭେଟିବେ ଚାହିଁବେ ତାହାହେଲେ ଟିମ ହୋଟେଲର ରେଷ୍ଟୁରାଂଟରେ କିମ୍ବା କଫି ଶପରେ ସମୟ କାଟିପାରିବେ । ସେହିପରି କାହାକୁ ସାକ୍ଷାତ କରିବାକୁ ହେଲେ ଫ୍ରାଂଚାଇଜ ଅଫିସରୁ ଅନୁମତି ଆଣିବାକୁ ପଡିବ ।
Comments are closed.