Latest Odisha News

BREAKING NEWS

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା, ଆହତ ହୋଇ ଦଳରୁ ବାହାରିଲେ ପ୍ରସିଦ୍ଧ କୃଷ୍ଣା

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଗସ୍ତ ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍‌କୁ ଏକ ବଡ଼ ଝଟ୍‌କା ଲାଗିଛି । ଦଳର ୩୦ ବର୍ଷୀୟ ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ବାମ ହ୍ୟାମ୍‌ଷ୍ଟ୍ରିଂ ଆଘାତ ଯୋଗୁଁ ଅତି କମ‌୍‌ରେ ୩ ରୁ ୪ ସପ୍ତାହ ପାଇଁ ପଡ଼ିଆରୁ ବାହାରେ ରହିବେ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଗୁୱାହାଟୀରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ ସମୟରେ ୩୧ତମ ଓଭରରେ ପ୍ରସିଦ୍ଧ  ଯନ୍ତ୍ରଣା ଅନୁଭବ ହୋଇଥିଲା । ଏହା ପରେ ସେ ମାତ୍ର ୫ଟି ଓଭର ବୋଲିଂ କରି ପଡ଼ିଆ ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ଏହି କାରଣରୁ ସେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରୁ ମଧ୍ୟ ବାଦ୍ ପଡ଼ିଥିଲେ ।

ନଭେମ୍ବର ୪ ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ରୁ ସେ ବାଦ୍ ପଡ଼ିବା ପ୍ରାୟ ନିଶ୍ଚିତ । ବର୍ତ୍ତମାନ ସେ ବାଙ୍ଗାଲୋରସ୍ଥିତ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ରିହ୍ୟାବିଲିଟେସନ୍ ପ୍ରକ୍ରିୟା ଦେଇ ଗତି କରୁଛନ୍ତି । ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ନଭେମ୍ବର ୧୯ ରୁ ଦୁଇଟି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଆରମ୍ଭ ହେବ । ଟିମ୍ ମ୍ୟାନେଜମେଣ୍ଟ୍ ସେ ପର‌୍ୟ୍ୟନ୍ତ ତାଙ୍କୁ ସମ୍ପୂର୍ଣ୍ଣ ଫିଟ୍ ରଖିବାକୁ ଲକ୍ଷ୍ୟ ରଖିଛି, ତେଣୁ ଏହି ଟେଷ୍ଟ ସିରିଜ୍‌ରୁ ସେ ପଡ଼ିଆକୁ ଫେରିପାରନ୍ତି । ଏହା ବ୍ୟତୀତ ଅକ୍ଟୋବର ୧୧ ରୁ ଆରମ୍ଭ ହେବାକୁ ଥିବା ରଣଜୀ ଟ୍ରଫିର ପ୍ରଥମ ପର‌୍ୟ୍ୟାୟ ମ୍ୟାଚ୍‌ରେ ମଧ୍ୟ ସେ କର୍ଣ୍ଣାଟକ ଦଳ ପକ୍ଷରୁ ଖେଳିପାରିବେ ନାହିଁ ।

Leave A Reply

Your email address will not be published.