Latest Odisha News

ଜିମ୍‌ ସେଣ୍ଟର ଉଦ୍‌ଘାଟନ କରିଥାନ୍ତେ ମୁଖ୍ୟମନ୍ତ୍ରୀ, ତା ପୂର୍ବରୁ ସବୁ ଜାଳିଦେଲେ ଆନ୍ଦୋଳନକାରୀ

ଇମ୍ଫାଲ: ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାର୍ଯ୍ୟକ୍ରମ ମଞ୍ଚ ଜାଳିଦେଲେ ଆନ୍ଦୋଳନକାରୀ। ଉଧ୍‌ଘାଟନ ପୂର୍ବରୁ ଜିମ୍‌ସେଣ୍ଟର-ତଥା କ୍ରୀଡ଼ା ସୁବିଧା ଥିବା ସେଣ୍ଟରେ ନିଆଁ ଲଗାଇ ଦେଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚୁ ପହଞ୍ଚୁ ନୂଆ ଜିମ୍ ସେଣ୍ଟରେ ଅଧା ଜଳିପୋଡ଼ି ନଷ୍ଟ ହୋଇଯାଇଛି। ଶୁକ୍ରବାର ଏଭଳି ଘଟଣା ଘଟିଛି ମଣିପୁର ଚୁରାଚାନ୍ଦପୁର ଜିଲ୍ଲାରେ।

ଆଉ କିଛି ସମୟ ପରେ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂହ ଚୁରାଚାନ୍ଦପୁର ଜିଲ୍ଲା ଗସ୍ତ କରି ଲୋକମାନଙ୍କ ଉଦ୍ଦେଶ୍ୟରେ ଏହି ଜିମ୍‌ ସେଣ୍ଟର ଉଦ୍‌ଘାଟନ କରିଥାନ୍ତେ। ମୁଖ୍ୟମନ୍ତ୍ରୀ ଭାଷଣ ଦେବାକୁ ମଞ୍ଚ ପ୍ରସ୍ତୁତ ହୋଇସାରିଥିଲା। ହେଲେ ଆନ୍ଦୋଳନକାରୀମାନେ କାର୍ଯ୍ୟକ୍ରମ ସ୍ଥଳକୁ ପଶି ଚେୟାର ଟେବୁଲ ଭଙ୍ଗା ରୁଜା କରିବା ସହ ଜିମ୍ ସେଣ୍ଟରରେ ନିଆଁ ଲଗାଇ ଦେଇଛନ୍ତି। ସ୍ଥାନୀୟ ଆଦିବାସୀ ମଞ୍ଚ ଏଭଳି ଅଗ୍ନିକାଣ୍ଡ ଘଟାଇଛି।

ହିଂସା ରୋକିବାକୁ ତତ୍‌ପର ହୋଇଛି ପ୍ରଶାସନ। ଇଣ୍ଟରନେଟ୍ ବନ୍ଦ କରିବା ସହ ଘଟଣା ସ୍ଥଳରେ ୧୪୪ ଧାରା ଲାଗୁ ହୋଇଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ରଦ୍ଦ ହୋଇଛି କି ନା ସେ ନେଇ କୌଣସି ସୂଚନା ମିଳି ନାହିଁ।

ଆଦ୍ରଭୂମି ବ୍ୟାତୀତ ନିକଟରେ ବିଜେପି ସରକାର ଦ୍ୱାରା କରାଯାଇଥିବା ସଂରରକ୍ଷିତ ଓ ସୁରକ୍ଷିତ ଜମି ସର୍ଭେ ନେଇ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଅସନ୍ତୋଷ ରହିଛି। ତା ସହିତ ବିଜେପି ସରକାର ଚର୍ଚ୍ଚ ଭାଙ୍ଗୁଛନ୍ତି ବୋଲି ସେମାନେ ଅଭିଯୋଗ କରି ଏହି ହିଂସାକଣ୍ଡ ଘଟାଇଛନ୍ତି। ରାଜ୍ୟ ସରକାରଙ୍କ ସହ ଆସହଯୋଗ ଆନ୍ଦୋଳନ କରିବା ପାଇଁ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରିବା ସହ ଚୁରାଚାନ୍ଦପୁର ଜିଲ୍ଲାରେ ଆଜି ସକାଳ ୮ରୁ ୮ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୁକି ଛାତ୍ର ସଂଗଠନ ଏହ ଆନ୍ଦୋଳନକୁ ସମର୍ଥନ ଜଣାଇଛି।

Comments are closed.