Latest Odisha News

BREAKING NEWS

ସାହରପଡ଼ା ଫାଣ୍ଡି ଅଧିକାରୀ ସସ୍‌ପେଣ୍ଡ

ସାହାରପଡ଼ା: ସାହାରପଡ଼ା ଫାଣ୍ଡି ଅଧିକାରୀ ପାର୍ଥ ଓରାମଙ୍କୁ ଶନିବାର ନିଲମ୍ବିତ କରାଯାଇଛି।ଶନିବାର ସାହାରପଡ଼ା ଫାଣ୍ଡି ପରିଦର୍ଶନରେ ଯାଇଥିଲେ କେନ୍ଦୁଝର ଆରକ୍ଷୀ ଅଧୀକ୍ଷକ । ଏହି ସମୟରେ ଫାଣ୍ଡି ଅଧିକାରୀ ପାର୍ଥ ଓରାମ କାର୍ଯ୍ୟସ୍ଥଳରେ ଉପସ୍ଥିତ ନଥିଲେ। ପାର୍ଥ ଓରାମ ଡ୍ୟୁଟିରେ ଥିଲେ ମଧ୍ୟ ଥାନାରେ ଉପସ୍ଥିତ ନଥିବା ନେଇ ଆରକ୍ଷୀ ନିତିନ କୁଶଲକର ଜାଣିବାକୁ ପାଇଥିଲେ।

ଏହାପରେ କେନ୍ଦୁଝର ଏସ୍‌ପି ନିତିନ କୁଶଲକର ଦାଗୁଡୁ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାମୁତାବକ,ଜିଲ୍ଲାରେ ଏକ ହତ୍ୟାକାଣ୍ଡ ଏବଂ ସୁନାଚେନ୍ ଲୁଟ୍ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜିଲାର ସମସ୍ତ ସୀମାନ୍ତ ଓ ପ୍ରବେଶ ପଥରେ ଚେକିଂ ଏବଂ ନାକାବନ୍ଦୀ କଡ଼ାକଡ଼ି କରାଯାଇଥିଲା। ଏହି କ୍ରମରେ ସାହାରପଡ଼ା ଦେଓ ନଦୀ ପୋଲ ନିକଟରେ ଚେକିଂ ଦାୟିତ୍ୱରେ ଫାଣ୍ଡି ଅଧିକାରୀ ପାର୍ଥ ଓରାମଙ୍କୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ନିୟୋଜିତ କରାଯାଇଥିଲା। ତେବେ ଏସ୍‌ପି ନିତିନ କୁଶଲକର ଦାଗୁଡୁ ଏକ ସରକାରୀ କାର୍ଯ୍ୟ ସାରି କରଞ୍ଜିଆରୁ ଫେରୁଥିବା ବେଳେ ଦିନ ପ୍ରାୟ ୧ଟା ସମୟରେ ଉକ୍ତ ଯାଞ୍ଚ ପଏଣ୍ଟରେ ଫାଣ୍ଡି ଅଧିକାରୀ ଓରାମ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ।

Leave A Reply

Your email address will not be published.