Latest Odisha News

BREAKING NEWS

ଆକାଶମାର୍ଗରୁ ଓଡ଼ିଶା ବନ୍ୟା ସ୍ଥିତି ସମୀକ୍ଷା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଶମାର୍ଗରୁ ଓଡ଼ିଶାର ବନ୍ୟା ପ୍ରଭାବିତ ୫ଟି ଜିଲ୍ଲାର ସ୍ଥିତି ପରଖିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶନିବାର ଦିନ ଆକାଶମାର୍ଗରୁ ଏକ ହେଲିକପ୍ଟର ଯୋଗେ ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, ସୁୁବର୍ଣ୍ଣପୁର ଏବଂ କଳାହାଣ୍ଡି ଜିଲ୍ଲାର ବନ୍ୟା ପରିସ୍ଥିତି ସମ୍ପର୍କରେ ପରଖି ଏହାର ସମୀକ୍ଷା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂହଦେଓ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଉପସ୍ଥିତ ରହିଥିଲେ ।

ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ବନ୍ୟାଞ୍ଚଳ ପ୍ରଦକ୍ଷୀଣ କରିବା ପରେ ବନ୍ୟା ପ୍ରପୀଡ଼ିତ କେତୋଟି ଗ୍ରାମକୁ ଯାଇ କେନ୍ଦ୍ରମନ୍ତ୍ରୀ ଜନସାଧାରଣଙ୍କୁ ସମସ୍ୟା ସମ୍ପର୍କରେ ପଚରାଉଚରା କରିଥିଲେ ବୋଲି ଏଏନଆଇ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.