Latest Odisha News

ଯାତ୍ରା କମେଡ଼ିଆନଙ୍କୁ ପିଟିପିଟି ହତ୍ୟା, ୨ ଅଟକ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇରେ ଜଣେ ଯାତ୍ରା ପାର୍ଟି ହାସ୍ୟାଭିନେତାଙ୍କୁ ପିଟିପିଟି ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚାରାଉଚରା ଜାରି ରଖିଛି ।

ମିଳିଥିବା ସୂଚନାନୁଯାୟୀ, ମୃତ ବ୍ୟକ୍ତି ଜଣକ ହେଲେ ତ୍ରିଲୋଚନ ରଣଜିତ (୫୦) ଏବଂ ସେ ଶୁଭଲକ୍ଷ୍ମୀ ଅପେରାର ଜଣେ ହାସ୍ୟାଭିନେତା । ସେ ବାଲେଶ୍ୱର ଜିଲ୍ଲା ବାଲିଆପାଳର କଟିସାହି ଗ୍ରାମର ବାସିନ୍ଦା ।

ସୂତ୍ରରୁ ଜଣାପଡ଼ିଛି ଯେ, ଶୁକ୍ରବାର ରାତି ପ୍ରାୟ ୧୧ ଟା ସମୟରେ ସେ ଯେତେବେଳେ ଘରକୁ ଫେରୁଥିଲେ ସେହି ସମୟରେ ଏହି ଘଟଣା ଘଟିଛି । ବଜାରରେ ଥିବା ସମୟରେ କିଛି ବ୍ୟକ୍ତିଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ଦୁର୍ବୃତ୍ତମାନେ ଏହି ହତ୍ୟାକାଣ୍ଡ ଘଟାଇଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଏହି ହତ୍ୟା ଘଟଣାର ପ୍ରକୃତ କାରଣ ସମ୍ପର୍କରେ ସଠିକ୍ ଜଣା ପଡ଼ିନଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି । ଏହି ଘଟଣାର ତଦନ୍ତ ହେବାପରେ ହିଁ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.