Latest Odisha News

BREAKING NEWS

ସମ୍ବଲପୁର ହିଂସାକୁ ନେଇ ପରୋକ୍ଷରେ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: ସମ୍ବଲପୁର ହିଂସା ପ୍ରସଙ୍ଗରେ ବିଜେଡି ପ୍ରେସମିଟ୍ କରି ବିଜେପି ଉପରେ ଅସନ୍ତୋଷ ଝାଡିବା ବେଲେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଚେଷ୍ଟା କରିଛି ବିଜୁ ଜନତା ଦଳ। ଯଦିଓ ନା ନେଇ ନାହାନ୍ତି ହେଲେ ପରୋକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

ସମ୍ବଲପୁରରେ ଯେଉଁ ହିଂସା ହୋଇଛି ତାହା ବହୁତ ଛୋଟ। କିନ୍ତୁ କେନ୍ଦ୍ର ବିଜେପି ଯେଉଁଭଳି ଭାବେ ଏହି ଘଟଣା ପ୍ରତି ଆଗ୍ରହ ଦେଖାଉଛି ତାର ଉଦ୍ଦେଶ୍ୟ ବୁଝିହେଉଛି ବୋଲି କହିଛନ୍ତି ପ୍ରସନ୍ନ। ୨୦୨୪ରେ ସମ୍ବଲପୁରରୁ ଲଢି ଲୋକସଭାକୁ ଯିବାକୁ ଉଦ୍ଦେଶ୍ୟ ରଖିଥିବା ବ୍ୟକ୍ତିଙ୍କ ଇସାରାରେ ବିଜେପିର ଅଧ୍ୟକ୍ଷ ଜେପି ନଡ୍ଡା ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଟିମ ପଠାଇଛନ୍ତି। ଢେ଼ଙ୍କାନାଳ ଉପରେ ନଜର ରଖିଥିଲେ। ସେଠାରେ ସ୍ଥିତି ଭଲ ନଥିବାରୁ ସମ୍ବଲପୁର ମୁହାଁ ହୋଇଛନ୍ତି। ଶାସକ ଦଳ ସମ୍ବଲପୁର ହିଂସା ପଛରେ ବିଜେପି ବୋଲି ଦାୟୀ କରି ଆସୁଛି।

ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତଥର ନିର୍ବାଚନ ଲଢ଼ିବାକୁ ଇଚ୍ଛା ରଖିଛନ୍ତି ବୋଲି କହିଛନ୍ତି। ପ୍ରାଥମିକ ଭାବେ ସେ ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେ ବୋଲି ଆକଳନ କରାଯାଉଛି କିନ୍ତୁ ଜିଲ୍ଲାରେ ଦଳର ସ୍ଥିତି ଦେଖିଲେ ବିଜୟ ହେବାର ଆଶା କ୍ଷୀଣ ରହିଛି ଚିନ୍ତା କରି ସମ୍ବଲପୁର ଆସନ ଉପରେ ମଧ୍ୟ ଧର୍ମେନ୍ଦ୍ର ନଜର ରଖିଥିବା ଚର୍ଚ୍ଚା ହେଉଛି। କାରଣ ସମ୍ବଲପୁପରେ ଢେଙ୍କାନାଳ ଅପେକ୍ଷା ବିଜେପିର ସ୍ଥିତି ମଜବୁତ ରହିଛି। ହେଲେ କେଉଁଠି ଲଢ଼ିବେ ଏ ନେଇ କେନ୍ଦ୍ରମନ୍ତ୍ରୀ ଦ୍ବନ୍ଦ୍ବରେ ରହିଛନ୍ତି ବୋଲି କୁହାଯାଉଛି।

ଆଉ ଏପରି ରାଜନୈତିକ ସ୍ଥିତି ଦେଖି ବିଜେଡି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଥିବା ସୂଚନା ରହିଛି। ସମ୍ବଲପୁର ହିଂସା ଘଟଣାରେ ବିଜେପି କେନ୍ଦ୍ରୀୟ ତଦନ୍ତ ଦାବି କରିଛି। ଆଉ ଏକପାଖିଆ ଭାବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ବୋଲି ଦଳ ଅଭିଯୋଗ କରିଛି।

Comments are closed.