Latest Odisha News

କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ‘ଆନନ୍ଦ ଉତ୍ସବ- ୨୦୨୩’ ଆୟୋଜିତ

ଭୁବନେଶ୍ୱର : ଓଡ଼ିଶୀ ନୃତ୍ଯାନୁଷ୍ଠାନ କଳିଙ୍ଗାୟନ ତୌର୍ଯ୍ଯତ୍ରିକମ୍ ପକ୍ଷରୁ ପଞ୍ଚଦଶତମ ଆନନ୍ଦ ଉତ୍ସବ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଅଡିଟୋରିଅମରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଖଣ୍ଡପଡାର ପ୍ରାକ୍ତନ ବିଧାୟକ ଯୁବରାଜ ସିଦ୍ଧାର୍ଥ ଶେଖର ସିଂହ ମୁଖ୍ୟ ଅତିଥି, ବିଶିଷ୍ଟ ଓଡିଶୀ ନୃତ୍ଯଶିଳ୍ପୀ ଓ ନୃତ୍ୟଗୁରୁ ସ୍ନେହପ୍ରଭା ସାମନ୍ତରାୟ ଏବଂ ପ୍ରଖ୍ୟାତ କଣ୍ଠଶିଳ୍ପୀ ଓ ସଙ୍ଗୀତ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପାଢୀ ଏହି ଉତ୍ସବରେ ଆନନ୍ଦଶ୍ରୀ ସମ୍ମାନରେ ସମ୍ମାନିତ ହେବ ସହ ସମ୍ମାନିତ ଅତିଥି ଭାବରେ ମଧ୍ୟ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ନୃତ୍ୟଗୁରୁ ପୁଷ୍ପିତା ମିଶ୍ର, ମିତା ଦାସ ଓ ତାରିଣୀ ନାୟକଙ୍କ ନୃତ୍ୟ ନିର୍ଦ୍ଦେଶନାରେ ଅନୁଷ୍ଠାନର କଳାକାରମାନେ ମଙ୍ଗଳାଚରଣ, ଗୁରୁବନ୍ଦନା, ବଟୁ, ପଲ୍ଲବୀ, ବନ୍ଦେ ଉତ୍କଳ ଜନନୀ, ଆହେ ନୀଳ ଶଇଳ, ଶିବତାଣ୍ଡବ, ଶିବପଞ୍ଚାକ୍ଷରସ୍ତୋତ୍ର , ଲଘୁନୃତ୍ଯ ଓ ଲୋକନୃତ୍ୟ ପରିବେଷଣ କରିଥିଲେ । ଗଣେଶ ବନ୍ଦନା କାର୍ଯ୍ୟକ୍ରମରୁ ଆନନ୍ଦ ଉତ୍ସବ ଆରମ୍ଭ ହୋଇ  ଅନେକ ଗୁଡିଏ ଓଡିଶୀ ନୃତ୍ୟ ସହ ସମ୍ବଲପୁରୀ ଲୋକନୃତ୍ଯରେ ସମାପନ ହୋଇଥିବା ଏହି କାର୍ଯ୍ୟକ୍ରମକୁ ତନ୍ଦ୍ରାଳସା ଦାସ ସଂଯୋଜନା କରିଥିଲେ ।

Leave A Reply

Your email address will not be published.