Latest Odisha News

ଗାଜାର ହମାସ କ୍ୟାମ୍ପ ଉପରେ ୧୬ଟି ରକେଟ୍ ମାଡ଼ କଲା ଇସ୍ରାଏଲ୍

ଜେରୁସାଲେମ: ପାଲେଷ୍ଟାଇନ୍‌ ଆତଙ୍କବାଦୀ ସଂଗଟନ ହମାସ ଉପରେ ପୁଣି ଏୟାର୍ ଷ୍ଟ୍ରାଇକ୍‌ କଲା ଇସ୍ରାଏଲ୍‌। ଗାଜାର ଆତଙ୍କବାଦୀ ସଂଗଠନ ହମାସ ଉପରେ ଇସ୍ରାଏଲ୍‌ ଏୟାର୍ ଷ୍ଟ୍ରାଇକ୍ କରିଛି। ବୁଧବାର ଭୋର ସମୟରେ ଏହି ଏୟାରଷ୍ଟ୍ରାଇକ୍ ହୋଇଛି।

ଇସ୍ରାଏଲ୍ କଷ୍ଟୁଡିରେ ଥିବା ପାଲେଷ୍ଟାଇନ୍‌ ନାଗରିକମାନେ ଅନଶନ କରିବା ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା। ଏଥିରେ କ୍ରୋଧିତ ହୋଇ ଗାଜା ପକ୍ଷରୁ ୨୪ ଘଣ୍ଟା ମଧ୍ୟରେ ଇସ୍ରାଏଲ୍‌କୁ ୧୦୪ ରକେଟ୍‌ ମାଡ଼ କରାଯାଇଥିଲା। ଏହାର ଜବାବରେ ଇସ୍ରାଏଲ୧୬ଟି ରକେଟ୍ ମାଡ଼ କରିଛି। ସବୁଯାକ ହମାସ ପୋଜିସନ ଉପରେ ମାଡ଼ କରାଯାଇଛି। ଏନେଇ ଇସ୍ରାଏଲ୍ ସେନା ପକ୍ଷରୁ ସୂଚନା ଦିଆଯାଇଛି।

ଗାଜାପଟ୍ଟିର ଏକାଧିକ ସ୍ଥାନ ଉପରେ ରକେଟ୍ ମାଡ଼ କରାଯାଇଛି। ହମସା ଟ୍ରେନିଂ କ୍ୟାମ୍ପରେ ଏହି ଆକ୍ରମଣ ହୋଇଥିବା ଇସ୍ରାଏଲ ସେନା ସୂଚନା ଦେଇଛି। ଟ୍ୱିଟ୍‌ କରି ଇସ୍ରାଏଲ୍ ସେନା କହିଛି “ଗାଜା ପକ୍ଷରୁ ଇସ୍ରାଏଲ ଲୋକଙ୍କ ଉପରେ ଏକାଧିକ ଡଜନ ରକେଟ୍ ମାଡ଼ କରାଯାଇଥିଲା। ବାଧ୍ୟ ହୋଇ ସେମାନଙ୍କୁ ବମ୍ ସେଲ୍‌ଟର ଭିତରେ ରହିବାକୁ ପଡ଼ିଥିଲା। ଆଜିର ଦିନରେ ଇସ୍ରାଏଲ୍ ପାଇଁ ଏହା ହିଁ ବାସ୍ତବ ସତ୍ୟ।”

ଗାଜା ପକ୍ଷରୁ ଦିନ ସାରା ହୋଇଥିବା ଆକ୍ରମଣରେ ଏହି ଜବାବ ଦିଆଯାଇଛି ବୋଲି ଇସ୍ରାଏଲ୍ ସେନା କହିଛି। ଗାଜା ଇସ୍ରାଏଲ୍‌ ଦକ୍ଷିଣାଞ୍ଚଳରେ କେବଳ ୩୫ ରକେଟ୍ ମାଡ଼ କରିଛି। ଫଳରେ ଏକାଧିକ ଇସ୍ରାଏଲ୍ ଲୋକ ଆହତ ହୋଇଛନ୍ତି। ହମାସ ଆକ୍ରମଣରେ ଚୀନ ନାଗରିକ ବି ଆହତ ହୋଇଥିବା ସୂଚନା ମିଳିଛି।

Comments are closed.