ବିରାଟ କୋହଲିଙ୍କୁ କିଏ ବା ନ ଜାଣେ । ଭାରତୀୟ କ୍ରିକେଟର ସେ କିଙ୍ଗ । ପ୍ରଦର୍ଶନ ଏବଂ ନେତୃତ୍ୱôରେ ସେ ସାଜିଥିଲେ କିଙ୍ଗ । ଏବେ ଏହି ଷ୍ଟାର କ୍ରିକେଟର ବିବାଦରେ ବି ସାଜିଛନ୍ତି କିଙ୍ଗ । ଏବେ ଏହି ସମସ୍ୟା ଗମ୍ଭୀର ରୂପ ନେଇଛି । ଚଳିତ ଆଇପିଏଲରେ ଗୌତମ ଗମ୍ଭୀର ଓ କୋହଲିଙ୍କ ବିବାଦ ଏବେ ସବୁଠାରେ ଚର୍ଚ୍ଚାର କାରଣ ସାଜିଛି । ଆସନ୍ତୁ ଆଖି ପକେଇବେ କୋହଲିଙ୍କ ଅନ୍ୟ ବିବାଦ ଉପରେ-
ଜନଶନଙ୍କ ସହ ମତଭେଦ: ୨୦୧୪ରେ ଭାରତର ଅଷ୍ଟ୍ରେଲିଆ ଗସ୍ତ ବେଶ ଚର୍ଚ୍ଚିତ ଥିଲା । ଏହି ସିରିଜରେ କୋହଲିଙ୍କ ପ୍ରଦର୍ଶନ ଚମତ୍କାର ଥିଲା । ସେ ୪ଟି ଶତକ ମାରିଥିଲେ । ଏହି ସିରିଜରେ ମିଚେଲ ଜନଶନ ଓ ବିରାଟ ବାରମ୍ବାର ମୁହାଁମୁହିଁ ହୋଇଥିଲେ । ଜନଶନଙ୍କ ଏକ ଥ୍ରୋ କୋହଲିଙ୍କ ଶରୀରରେ ବାଜିବା ପରେ ସେ ରାଗି ଯାଇଥିଲେ । ବିରାଟ ଶତକ ମାରିଥିବା ବେଳେ ଶେଷରେ ଜନଶନ ତାଙ୍କୁ ଆଉଟ କରିଥିଲେ ।
ପେନଙ୍କ ସହ ଲଢ଼ିଥିଲେ: ୨୦୧୮ରେ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ କୋହଲି ବିପକ୍ଷ ଦଳର ଖେଳାଳି ଆଉଟ ହେବା ପରେ ଅଶୋଭନୀୟ ଢ଼ଙ୍ଗରେ ପ୍ୟାଭିଲିୟନ ଫେରିବାକୁ ନିର୍ଦ୍ଦେଶ ଦେଉଥିଲେ । ଏଥିରେ ଅଧିନାୟକ ଟିମ ପେନ କ୍ରୋଧୀତ ହୋଇ କୋହଲିଙ୍କୁ କହିଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଥିଲା । ପ୍ରଥମ ଥର ପାଇଁ ଭାରତ ୨-୧ ଅଷ୍ଟ୍ରେଲିଆକୁ ତାର ମାଟିରେ ହରାଇଥିଲା ।ପ୍ରଂଶସକଙ୍କୁ ଦେଶ ଛାଡିବାକୁ କହିଥିଲେ: ଥରେ ଜଣେ ପ୍ରଶଂସକ ବିରାଟ କୋହଲିଙ୍କୁ ଓଭରରେଟେଡ ବ୍ୟାଟ୍ସମ୍ୟାନ କହିଥିଲେ । ମୁଁ ତାଙ୍କ ବଦଳରେ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଖେଳାଳିଙ୍କ ବ୍ୟାଟିଂ ଦେଖିବାକ ୁ ପସନ୍ଦ କରେ । କୋହଲି ରାଗିଯାଇ କହିଥିଲେ, ତୁମେ ଦେଶ ଛାଡି କରି ପଳାଇ ଯାଅ । ଆମ ଦେଶରେ ରହି ଅନ୍ୟକୁ କାହିଁକି ଭଲ ପାଉଛ ?
ଅନୁଷ୍କାଙ୍କ ଉପରେ ଟିପଣୀ ନେଇ ଗାଭସ୍କରଙ୍କ ଉପରେ ରାଗିଲେ କୋହଲି: କରୋନା ମହାମାରୀ ଲକଡାଉନ ସମୟରେ ଅନୁଷ୍କା ଶର୍ମାଙ୍କ ସହ କୋହଲି ଅଭ୍ୟାସ କରୁଥିବା ଫଟୋ ଛାଡିଥିଲେ । ଆଇପିଏଲରେ କୋହଲି ଭଲ ପ୍ରଦର୍ଶନ ନ କରିବାରୁ ଗାଭାସ୍କର ମଜାରେ ଅନୁଷ୍କାଙ୍କ ସହ ଅଭ୍ୟାସକୁ ନେଇ ଏକ ଟିପଣୀ ଦେଇଥିଲେ । ସେବେଠାରୁ ଗାଭାସ୍କରଙ୍କ ଉପରେ କୋହଲି ଅସନ୍ତୁଷ୍ଟ ହୋଇଛନ୍ତି । ସେ ଅନେକଥର ଏ ନେଇ ବୟାନ ଦେଇଥିଲେ କୋହଲି ବୁଝୁ ନାହାନ୍ତି ।
କୁମ୍ବଲେ-କୋହଲି ବିବାଦ: ୨୦୧୭ରେ ଅନୀଲ କୁମ୍ବଲେ ଟିମ ଇଣ୍ଡିଆର କୋଚ ଥିବା ସମୟରେ ବିରାଟଙ୍କ ସହ ମତଭେଦ ହୋଇଥିଲା । ଏପରିକି କୋହଲିଙ୍କ ଯୋଗୁ ସେ କୋଚ ପଦ ଛାଡିଥିବା କୁହାଯାଉଛି ।
ବିରାଟ-ଗମ୍ଭୀର ଲଢ଼େଇ: ୨୦୧୩ରେ କୋଲକାତା ଓ ବାଙ୍ଗାଲୋର ମ୍ୟାଚ ଅବସରରେ ଦୁଇ ଅଧିନାୟକ କୋହଲି ଓ ଗମ୍ଭୀର ମୁହାଁମୁହିଁ ହୋଇଥିଲେ । କୋହଲି ଆଉଟ ହୋଇ ପ୍ୟାଭିଲିୟନ ଯାଉଥିବା ବେଳେ ଏପରି କଣ ଘଟିଲା ଯେ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଅନ୍ୟମାନେ ବୁଝାଶୁଝା କରିବା ପରେ ଏହା ସମାଧାନ ହୋଇଥିଲା ।
ସୂର୍ଯ୍ୟକୁମାରଙ୍କୁ ଗାଳି ଦେଇଥିଲେ ବିରାଟ: ଆଇପିଏଲ ୨୦୨୦ରେ ବାଙ୍ଗାଲୋର ଓ ମୁମ୍ବାଇ ମ୍ୟାଚ ଅବସରରେ ସୂର୍ଯ୍ୟକୁମାର ଯାଦବଙ୍କୁ କୋହଲି ଗାଳି ଦେଇଥିଲେ । ସୂର୍ଯ୍ୟ ମଧ୍ୟ ରାଗିକରି ତାଙ୍କୁ ଚାହିଁଥିଲେ । ଯାହା କି ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା ।
ଗାଙ୍ଗୁଲି-କୋହଲି ବିବାଦ: ବିିସିସିଆଇ ପୂର୍ବତନ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ କୋହଲିଙ୍କ ମଧ୍ୟରେ ଉପୁଜିଥିବା ବିବାଦକୁ କିଏ ବା ନଜାଣେ । କୋହଲି ଦିନିକିଆ ଏବଂ ଟି୨୦ ଅଧିନାୟକ ପଦରୁ ହଟିବା ପରେ ଏହା ଉଗ୍ର ରୂପ ଧରିଥିଲା । ଗାଙ୍ଗୁଲି କହିଥିଲେ ଏ ନେଇ କୋହଲିଙ୍କ ସହ ଆଲୋଚନା କରିଥିଲେ ମାତ୍ର ସେ ପ୍ରେସମିଟରେ ମନା କରି ଦେଇଥିଲେ । ନିକଟରେ ସେ ଗାଙ୍ଗୁଲିଙ୍କ ସହ ହାତ ମଧ୍ୟ ମିଳାଇ ନ ଥିଲେ ।ପତ୍ରକାରଙ୍କ ସହ ଖରାପ ବ୍ୟବହାର: ୨୦୧୫ ଦିନିକିଆ ବିଶ୍ୱକପ ଅବସରରେ କୋହଲି ଜଣେ ପତ୍ରକାରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଥିଲେ । ଅନୁଷ୍କାଙ୍କ ଉପରେ ଆର୍ଟିକିଲି ଲେଖିବା ନେଇ ସେ ଏହି ପରି ବ୍ୟବହାର କରିଥିଲେ । ପରେ ଯେତେବେଳେ ଜାଣିଲେ ପତ୍ରକାରଜଣଙ୍କ ସେହି ଆର୍ଟିକିଲି ଲେଖି ନ ଥିଲେ କୋହଲି କ୍ଷମା ମାଗିଥିଲେ ।
Comments are closed.