Latest Odisha News

BREAKING NEWS

ୟୁକ୍ରେନର ବାଖମୁଟ ସହର ଉପରେ ରୁଷ ପକାଇଛି ଫସଫରସ ବୋମା !

ମସ୍କୋ: ୟୁକ୍ରେନର ବାଖମୁଟ ସହର ଉପରେ ରୁଷିଆ ଫସଫରସ ବୋମା ପକାଇଥିବା ଅଭିଯୋଗ ହୋଇଛି । ୟୁକ୍ରେନ ସେନା ଏ ସମ୍ପର୍କୀତ ପ୍ରମାଣ ଡ୍ରୋନ ଫୁଟେଜ ମାଧ୍ୟମରେ ଦର୍ଶାଇଛି । ଧଳା ଫସଫରସ ଅସ୍ତ୍ର ନିଷେଧ ନ ଥିଲେ ମଧ୍ୟ ନାଗରିକ ରହୁଥିବା ସ୍ଥାନରେ ଏହି ବୋମା ପକାଇବା ଅପରାଧ ଭାବେ ବିବେଚନା କରାଯାଇଥାଏ । ଏହା ଦ୍ୱାରା ସୃଷ୍ଟି ଅଗ୍ନିକୁ ଲିଭାଇବା ସହଜ ହୋଇ ନ ଥାଏ । ବାଖମୁଟର ଅନେକ ସ୍ଥାନରେ ରୁଷ କବଜା କରିସାରିଛି । ପୂର୍ବରୁ ମାରିଓପୋଲ ଅବରୋଧ ସମୟରେ ଏହି ବୋମା ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତେବେ ରୁଷ ଏହି ଅଭିଯୋଗକୁ ଖଣ୍ଡନ କରିଛି ।

ଧଳା ଫସଫରସ ୮୦୦ ଡିଗ୍ରର ସେଂଟିଗ୍ରେଡରେ ଜଳିଯାଏ । ଅକ୍ସିଜେନ ସଂସ୍ପର୍ଶରେ ଆସିବା ପରେ ଏହା ଧଳା ଉଜ୍ଜ୍ୱଳ ଧୂଆଁ ସୃଷ୍ଟି କରି ଜଳିଥାଏ । ଏହି ଧୂଆଁ ଶ୍ୱାସକ୍ରିୟାରେ ବାଧା ସୃଷ୍ଟି କରିଥାଏ । ଶତ୍ରୁମାନଙ୍କ ଆଖିରୁ ଖସିିଯିବା ପାଇଁ ଫସଫରସ ବୋମା ବ୍ୟବହାର କରାଯାଇଥାଏ । ଧଳା ଧୂଆଁର ବାତାବରଣ ଯୋଗୁ ଏହା ସମ୍ଭବପର ହୋଇଥାଏ । ବାଖମୁଟକୁ ଯେଣେତେଣ ପ୍ରକାରର କବଜା କରିବା ପାଇଁ ରୁଷିଆ ଚାହୁଁଛି । ଏହି ଅଂଚଳରେ ୱାଗନର ଗ୍ରୁପର ଯୁଦ୍ଧ ବିମାନ ମଧ୍ୟ ନିୟୋଜିତ କରାଯାଇଛି ।

Comments are closed.