Latest Odisha News

BREAKING NEWS

ନୀଟ୍ ପରୀକ୍ଷା ସେଣ୍ଟରରେ ଛାତ୍ରୀଙ୍କୁ ‘ବ୍ରା’ ଖୋଲିବାକୁ ବାଧ୍ୟ କରିବା ପରେ ତେଜିଲା ବିବାଦ

ଚେନ୍ନାଇ:  ନ୍ୟାସନାଲ ଇଲିଜିବିଲିଟି ଏଣ୍ଟ୍ରାନ୍ସ ଟେଷ୍ଟ(ଅଣ୍ଡର ଗ୍ରାଜୁଏଟ୍) ବା ନୀଟି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଙ୍କୁ ବ୍ରା ପିନ୍ଧିବାକୁ ମନା କରିବା ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଚେନ୍ନାଇରେ ଜଣେ ମହିଳା ସମ୍ବାଦିକ ପ୍ରଥମେ ଏ ନେଇ ଟ୍ୱିଟ୍ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ସାମ୍ବାଦିକା ଜଣଙ୍କ ନୀଟି ପରୀକ୍ଷା ସେଣ୍ଟରକୁ ଯାଇ ଏକ ଯୁବୀତଙ୍କୁ ସହ କଥା ହେବା ପରେ ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ। ଏହାପରେ ଘଟଣାକୁ ନେଇ ରବିବାର ସେ ଟ୍ୱିଟ୍ କରିବା ପରେ ଲୋକେ ଓଲଟି ସାମ୍ବାଦିକାଙ୍କୁ ଟ୍ରୋଲ୍ କରିଥିଲେ।

ବାଧ୍ୟ ହୋଇ ସେ ଟ୍ୱିଟ୍ ଡିଲିଟ୍ କରିବା ସହିତ ଏକ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ ପରୀକ୍ଷା ସେଣ୍ଟରରେ ଅର୍ଦ୍ଧାଧିକ ଛାତ୍ରୀ ବ୍ରା ପିନ୍ଧି ନଥିବା ଜାଣିବାକୁ ପାଇଥିଲି। ଯେଉଁମାନେ ମୋର ପ୍ରଶ୍ନକୁ ନେଇ ମୋତେ ଟ୍ରୋଲ୍ କରିବା ଅପେକ୍ଷା ପରୀକ୍ଷା ଆୟୋଜକଙ୍କୁ ଥରେ ପ୍ରଶ୍ନ କରାଯାଉ।

ସୂଚନା ଥାଉକି ରବିବାର ତାମିଲନାଡୁରେ ପାଖାପାଖି ୧.୫ ଲକ୍ଷ ପିଲା ନୀଟ୍ ପରୀକ୍ଷା ଦେଇଥିଲେ। ଘଟଣାକୁ ନେଇ ରାଜ୍ୟ ଶିକ୍ଷା ମନ୍ତ୍ରୀ ଅନବୀଲ ମହେଶ ପ୍ୟୋମୋଝୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍ ଘଟଣାକୁ ନିନ୍ଦା କରିସାରିଛନ୍ତି। ତା ସହିତ  ଇନିଭଜିଲେଟର୍ସ ଛାତ୍ରୀମାନଙ୍କର ହେଡ୍ କ୍ଲିପ୍ ଖୋଲି ଚେକ୍ କରିବା ଘଟଣାକୁ ନିନ୍ଦା କରିଛନ୍ତି ଶିକ୍ଷାମନ୍ତ୍ରୀ।

ଅନ୍ୟପଟେ ବିଜେପି ପ୍ରବକ୍ତା ନାରାୟଣ ତିରୁପତି କହିଛନ୍ତି ଯେ ନିୟମ ବିରୋଧରେ କାମ ହୋଇଥିଲା ଏହା ନିଶ୍ଚିତ ନିନ୍ଦନୀୟ ଓ ଏଥିପାଇଁ ଯିଏ ଦାୟୀ ତାଙ୍କୁ ଦଣ୍ଡିତ କରିବା ଉଚିତ। ହେଲେ ପରେ ଘଟଣାକୁ ନେଇ ସ୍ପଷୀଟକରଣ ରଖିଥିଲେ ନାରାୟଣ ତିରୁପତି। ସେ କହିଥିଲେ ଯେ ଘଟଣା ପରୀକ୍ଷା ସମ୍ପର୍କିତ ନୁହେଁ, ଛାତ୍ରୀମାନେ ନିଜ ଇଚ୍ଛାରେ ପରୀକ୍ଷା ସେଣ୍ଟରକୁ ଆସିଥିଲେ।

Comments are closed.