ଇସଲାମାବାଦ: ଇସଲାମାବାଦ ହାଇକୋର୍ଟ ଇମ୍ରାନ ଖାନଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଇମ୍ରାନ ଖାନଙ୍କ ଗିରଫଦାରୀକୁ ହାଇକୋର୍ଟ ସମର୍ଥନ କରିଛନ୍ତି। ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ତାଙ୍କ ସମର୍ଥକମାନେ ରାସ୍ତାରେ ଆସିଛନ୍ତି। ଇସଲାମାବାଦରୁ ଏଭଳି ଚିତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ଅଗ୍ନିକାଣ୍ଡ ସାଙ୍ଗକୁ ଭଙ୍ଗାରୁଜା ଓ ହିଂସା ଭଳି ସ୍ଥିତି ଦେଖିବାକୁ ମିଳିଛି।
ଏହି ଘଟଣାକୁ ଗମ୍ଭୀରତାକୁ ସହ ଦେଖି ପୋଲିସ ସମଗ୍ର ପାକିସ୍ତାନରେ ଧାରା ୧୪୪ ଲାଗୁ କରିଛି। ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ସ୍ପଷ୍ଟ ଭାବେ କହିଛି। ସୂଚନାଯୋଗ୍ୟ, ଅଲ କାଦିର ଟ୍ରଷ୍ଟ ସହ ଜଡିତ ଏହି ମାମଲାରେ ଇମ୍ରାନ ଖାନଙ୍କୁ ଗିରଫ କରାଯାଇଛି।
ଇସଲାମାବାଦ ହାଇକୋର୍ଟଙ୍କ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀ ଯଥାର୍ଥ ବୋଲି କହିଛନ୍ତି। ଗିରଫକୁ ବେଆଇନ ଘୋଷଣା ସହ ଜଡିତ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଇସଲାମାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଆମୀର ଫାରୁକ୍ ଫୱାଦ ଚୌଧୁରୀ, ସାଇଫୁଲ୍ଲା ନିୟାଜୀ, ଫୈଜଲ ଚୌଧୁରୀ, ନାଏମ ହାୟଦାର, ଅଲି ବୁଖାରୀଙ୍କୁ ଗିରଫ କରିବାକୁ ବାରଣ କରିଛନ୍ତି। ଏହା ସହିତ ଗୃହ ସଚିବ ଏବଂ ଆଇଜି ଇସଲାମାବାଦକୁ ଅବମାନନା ନୋଟିସ ଦିଆଯାଇଥିଲା।
ଇମ୍ରାନ ଖାନଙ୍କ ଗିରଫଦାରୀକୁ ବିରୋଧ ପ୍ରଦର୍ଶନ ଦେଖି ମଙ୍ଗଳବାର ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ଟ୍ୱିଟର, ଫେସବୁକ ଏବଂ ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହା ବ୍ୟତୀତ ପାକିସ୍ତାନର ପ୍ରମୁଖ ସହରରେ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ସ୍ଥଗିତ ରଖାଯାଇଛି। ରିପୋର୍ଟ ଅନୁଯାୟୀ, ଆଜି (ମେ ୧୦) ରେ ପାକିସ୍ତାନର ଘରୋଇ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ। ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ଭାରତୀୟ ସୁରକ୍ଷା ବାହିନୀର ସଜାଗ ରହିବା ସହିତ ପାକିସ୍ତାନର ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖିଛି।
Comments are closed.