Latest Odisha News

BREAKING NEWS

ରାଖୀ ସାୱନ୍ତଙ୍କ ଭାଇଙ୍କୁ ଉଠାଇ ନେଲା ମୁମ୍ବାଇ ପୋଲିସ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ରାଖୀ ସାୱନ୍ତ ପ୍ରାୟତଃ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ସେ ଆଦିଲ ଦୁରାନୀଙ୍କୁ ବିବାହ କରିଥିବା ଦାବି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ । ଏହା ପରେ ସେ ତାଙ୍କ ସ୍ୱାମୀଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଥିଲେ । ରାଖୀଙ୍କ ଏହି ପଦକ୍ଷେପ ଯୋଗୁଁ ଆଦିଲଙ୍କୁ ଜେଲ ଯିବାକୁ ପଡିଥିଲା । ଅଭିନେତ୍ରୀ ରାଖୀଙ୍କ ପରେ ଏବେ ତାଙ୍କ ଭାଇ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କ ଭାଇ ରାକେଶ ସାୱନ୍ତଙ୍କୁ ମୁମ୍ବାଇ ପୋଲିସ ଉଠାଇ ନେଇଥିବା ଜଣାଯାଇଛି ।

ଚେକ୍ ବାଉନ୍ସ ମାମଲାରେ ରାଖୀଙ୍କ ଭାଇ ରାକେଶଙ୍କୁ ପୋଲିସ ଗିରଫ କରିଥିବା ଜଣାଯାଇଛି । ଗିରଫ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ପରେ ମେ ୨୨ ତାରିଖ ପର୍ଯ୍ୟନ୍ତ ଜେଲ ହେପାଜତକୁ ପଠାଇ ଦିଆଯାଇଛି । ୨୦୨୦ ମସିହାରେ ଜଣେ ବ୍ୟବସାୟୀ ରାକେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଏହି ମାମଲାରେ ତାଙ୍କୁ ତିନି ବର୍ଷ ପୂର୍ବେ ଜେଲ ଯିବାକୁ ପଡିଛି ।

Comments are closed.