Latest Odisha News

BREAKING NEWS

ବାଂଲାଦେଶରେ ଫିଲ୍ମ ‘ପଠାନ’ ରିଲିଜକୁ ବିରୋଧ: ଆପତ୍ତି ଉଠାଇଲେ ବାଂଲାଦେଶୀ ଅଭିନେତା

ମୁମ୍ବାଇ:ବଲିଉଡ଼ର କିଙ୍ଗ୍ ଖାନ୍ ତଥା ଶାହରୁଖ ଖାନଙ୍କ ଅଭିନିତ ଫିଲ୍ମ ‘ପଠାନ’ ଚଳିତ ବର୍ଷର ସବୁଠାରୁ ବଡ ହିଟ୍ ଫିଲ୍ମ । ଏହି ଫିଲ୍ମ ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଏବେ ବାଂଲାଦେଶରେ ରିଲିଜ ହେବାକୁ ଯାଉଛି । ସବୁଠୁ ବଡ଼ କଥା ୫୨ ବର୍ଷ ପରେ ବାଂଲାଦେଶରେ ହିନ୍ଦୀ ଫିଲ୍ମ ରିଲିଜ୍ ହେବ । ଏହାକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଖା ଦେଇଥିବା ବେଳେ ବାଂଲାଦେଶୀ ଅଭିନେତା ଏବଂ ନିର୍ମାତା ଏହାର ରିଲିଜ୍‌କୁ ନେଇ ବିରୋଧ ଆରମ୍ଭ କରିଛନ୍ତି ।

ବାଂଲାଦେଶୀ ଅଭିନେତା ତଥା ନିର୍ମାତା ମନୋୱାର ହୁସେନ୍ ଦିପଜୋଲ କହିଛନ୍ତି ଯେ, ବାଂଲାଦେଶରେ ଭାରତୀୟ ଚଳଚ୍ଚିତ୍ରର ସ୍କ୍ରିନିଂକୁ ସେ ସର୍ବଦା ବିରୋଧ କରିଆସୁଛନ୍ତି । ଏହାପୂର୍ବରୁ ଫେବୃଆରୀରେ ରିଲିଜ୍ ହେବାକୁ ଥିବା ଫିଲ୍ମ ‘ପଠାନ’କୁ ନେଇ ସେ ବାଂଲାଦେଶ ସରକାରଙ୍କୁ ସମାଲୋଚନା କରିଥିଲେ । ବାଂଲାଦେଶୀ ସିନେମା ହଲରେ ଭାରତୀୟ ଫିଲ୍ମ ସ୍କ୍ରିନିଂ ବାଂଲାଦେଶୀ ଚଳଚ୍ଚିତ୍ର ଶିଳ୍ପକୁ କ୍ଷତି ପହଞ୍ଚାଇବ । ମେ ୧୨ ତାରିଖରେ ଶାହାରୁଖ ଖାନଙ୍କ ପଠାନ ଏଠାରେ ରିଲିଜ୍ ହେବ । ଭଲ ରୋଜଗାର ପାଇଁ ଅଭିନେତା ତାଙ୍କ ଚଳଚ୍ଚିତ୍ରକୁ ଏଠାରେ ରିଲିଜ୍ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି । ଦିପଜୋଲଙ୍କ ଦ୍ୱାରା ନିର୍ମିତ ଏବଂ ଅଭିନୀତ ଏକ ଫିଲ୍ମ ଆଗାମୀ ଦିନରେ ରିଲିଜ୍ ହେବାକୁ ଯାଉଛି । ବାଂଲାଦେଶୀ ଦର୍ଶକ ଶାହାରୁଖ ଖାନଙ୍କ ଫିଲ୍ମ ବଦଳରେ ତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରିବେ ବୋଲି ମଧ୍ୟ ସେ ଦାବି କରିଛନ୍ତି ।

ଅଭିନେତା ଦିପଜୋଲଙ୍କ ଏପରି ବିରୋଧକୁ ବାଲାଂଦେଶୀ ସିନେପ୍ରେମୀ ନାପସନ୍ଦ କରିଛନ୍ତିା ପଡୋଶୀ ଦେଶ ବାଲାଂଦେଶରେ ୪୧ ଟି ପ୍ରେକ୍ଷାଳୟରେ ‘ପଠାନ’ ମୁକ୍ତିଲାଭ କରିବ । ପ୍ରତିଦିନ ୧୯୮ ଟି ଶୋ ଚାଲିବ । ସବୁଠୁ ବଡ଼ କଥା, ୧୯୭୧ ମସିହା ପରେ ବାଂଲାଦେଶରେ ପ୍ରଥମ ଥର ହିନ୍ଦୀ ଫିଲ୍ମ ରିଲିଜ୍ ହେବ । ଏଭଳି ପରିସ୍ଥିତିରେ ଦେଶ ଗଠନର ପ୍ରାୟ ୫୨ ବର୍ଷ ପରେ ଏକ ହିନ୍ଦୀ ଫିଲ୍ମ ମୁକ୍ତିଲାଭ କରୁଛି । ୟଶରାଜ ଫିଲ୍ମସ ବାଂଲାଦେଶର ଅଥରିଟିଜକୁ ଫିଲ୍ମ ରିଲିଜକୁ ନେଇ ଧନ୍ୟବାଦ ଦେଇଛି । ୟଶରାଜର ନେଲସନ ଡିସୁଜା କହିଛନ୍ତି, ବାଂଲାଦେଶରେ ଶାହାରୁଖଙ୍କର ଅନେକ ପ୍ରଶଂସକ ଅଛନ୍ତି ।

Leave A Reply

Your email address will not be published.