Latest Odisha News

BREAKING NEWS

ଚାକିରି ଛାଡି କେଶରେ ଧ୍ୟାନ ଦେଲେ ଯୁବତୀ, ରୋଜଗାର କଲେ କୋଟି କୋଟି ଟଙ୍କା

ନ୍ୟୁୟର୍କ : ସମସ୍ତଙ୍କର କିଛି ନା କିଛ ରୁଚି ଅଛି । ଆଉ କିଛି ଲୋକ ନିଜର ରୁଚିକୁ ନେଇ ଲୋକପ୍ରିୟ ହେବା ସହ ଭଲ ରୋଜଗାର ବି କରିଥାନ୍ତି । ନ୍ୟୁୟର୍କରେ ରହୁଥିବା ଜଣେ ଯୁବତୀ ନିଜ ରୁଚିକୁ ନେଇ ସେ ଭଲ ରୋଜଗାର କରିବା ସହ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି ।

ନ୍ୟୁୟର୍କରେ ରୁହନ୍ତି ଜସ୍ମିନ୍ ଲାରସେନ୍ । ବୟସ ମାତ୍ର ୨୬ ବର୍ଷ । ତାଙ୍କର ହବି କେଶ ରଖିବା ଓ ତାର ଯତ୍ନ ନେବା । ସେ ବାୟୋକେମିଷ୍ଟ୍ରିରେ ଡିଗ୍ରୀ ହାସଲ କରିବା ପରେ ଦୁଇବର୍ଷ ତଳେ ନିଜର ଦକ୍ଷତା ଅନୁସାରେ ଏକ ଚାକିରି କରିଥିଲେ । ହେଲେ ସେ ତାଙ୍କ ଚାକିରିକୁ ନେଇ ଖୁସି ନ ଥିଲେ । ତେଣୁ ସେ ନିଜର କମ୍ ବେତନ ପ୍ରାପ୍ତ ଚାକିରି ଛାଡି କେବଳ ସୁନ୍ଦର କେଶ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲେ ।

ସେ କେଶକୁ ଏତେ ଭଲ ପାଉଥିଲେ ଯେ, କେଶକୁ ନେଇ ସେ ନୂଆ କିଛି କରିବାକୁ ଚିନ୍ତା କଲେ । ପରେ ଲାର୍ସ ହେୟାରକେୟାର ନାମକ ଏକ ହେୟାର ଆସୋସରିଜ୍ କମ୍ପାନୀ ଖୋଲିଲେ । ଏଥିସହିତ ସୋସିଆଲ ମିଡ଼ିଆରେ ସେ ବହୁତ ପରିଚିତ । ତାଙ୍କର ଏବେ ଇନଷ୍ଟାଗ୍ରାମରେ ୧ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି । ଜସ୍ମିନଙ୍କ କେଶ ଦେଖି ତାଙ୍କର ଅନେକ ପ୍ରଶଂସକ ହୋଇଯାଇଛନ୍ତି । ଲୋକମାନେ ତାଙ୍କ କମ୍ପାନୀର କେଶକୁ ବହୁତ ପସନ୍ଦ କରିଥାନ୍ତି । ପୁରୁଷମାନେ ତାଙ୍କ କେଶ କିଣିବା ପାଇଁ କୋଟି କୋଟି ଟଙ୍କା ଦେବାକୁ ପ୍ରସ୍ତୁତ । ଜଣେ ବ୍ୟକ୍ତି ଏପରିକି ତାଙ୍କ କେଶ କିଣିବା ପାଇଁ ମଧ୍ୟ ୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ । କେବଳ ଏତିକି ନୁହେଁ, ଅନେକ ପ୍ରଶଂସକ ତାଙ୍କୁ ତାଙ୍କ କେଶର ବ୍ୟକ୍ତିଗତ ଭିଡିଓ ପ୍ରସ୍ତୁତ କରିବାକୁ ଏବଂ ସେୟାର କରିବାକୁ ମଧ୍ୟ ଅନୁରୋଧ କରିଥାନ୍ତି । ଅନେକ ଲୋକ ହେୟାର ଷ୍ଟାଇଲ୍ ତିଆରି କରିବାକୁ ମଧ୍ୟ କହିଥାନ୍ତିି । ଜସ୍ମିନ୍ ୨୦୧୭ ମସିହାଠାରୁ କେବେ ବି କେଶ କାଟି ନାହାଁନ୍ତି । ସେ ନିଜ କେଶ ପାଇଁ ସିଲିକନ୍ ମୁକ୍ତ ତେଲ ବ୍ୟବହାର କରିଥାନ୍ତି ।

Comments are closed.