ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ବୀରା, କିଛି କହିବାକୁ ଯାଉଥିଲା, ଏତିକିବେଳେ ତାଙ୍କ ଟେବୁଲ୍ ପାଖରେ ଜଣେ ୱେଟର୍ ଆସି ପହଞ୍ଚିଗଲା, “କିଛି ଅର୍ଡ଼ର ଦେବେ କି?” ସେ ଚାରିଜଣଯାକ ପରସ୍ପରକୁ ଚାହାଁଚାହିଁ ହୋଇ ମୁଣ୍ଡ ହଲେଇ ମନା କଲେ । ତାପରେ ସେମାନେ – ସିଡ଼୍ – ବୀରା ଓ ରୋହନ – ସମୀରା – ଯୋଡ଼ି ହୋଇ ଖାଇବାକୁ ଯିବାକୁ ସ୍ଥିର କଲେ ।
“ଆଚ୍ଛା ସିଡ଼୍, ତମେମାନେ କ’ଣ ଏକୁଟିଆ ଯାଉଛ – ମାନେ ତମେ ଆଉ ରୋହାନ୍?”, ନିଜ ପ୍ଲେଟ୍ରେ ଚିକେନ୍ ସସେଜ୍ ବାଢ଼ୁବାଢ଼ୁ ବୀରା ପଚାରିଲା । “ହଁ, କେବଳ ଆମେ ଦୁଇଜଣ ହିଁ… । ଆଉ ତମେ?” ସିଡ଼୍ର ଏ
ପ୍ରଶ୍ନରେ ବୀରା କହିଲା, “ହଁ, ମୋ’ ସାଙ୍ଗରେ ସମୀରା ଦି’, ବାବା ଆଉ ମାମା ।” “ଆଚ୍ଛା, ଆଚ୍ଛା… ହୁଁ । ତମେ ବଡ଼ ହେଲେ କ\’ଣ ହେବ ବୋଲି ଭାବିଛ?” ଉତ୍ସୁକତାର ସହ ସିଡ଼୍ ପଚାରିଲା, “ମୁଁ? ମୁଁ ଜଣେ ଆର୍କିଟେକ୍ଟ୍ ହେବାକୁ ଚାହେଁ । କିଛି ଗୋଟେ ଚିରସ୍ଥାୟୀ ଜିନିଷ ତିଆରି କରିବା ପାଇଁ ମୋ’ ଭିତରେ ଏକ ବିଚିତ୍ର ଆଗ୍ରହ ।
ଆଉ ତମେ? ତମେ କ\’ଣ ହେବାକୁ ଚାହଁ?” ବୀରା ପଚାରିଲା, “ମୁଁ ଜଣେ ରକ୍ଷ୍ଟାର୍ ହେବାକୁ ଚାହେଁ – ମାନେ ଗୋଟେ ପପ୍ଷ୍ଟାର୍ ।” “ହଁ, ହେଉ, ଠିକ୍ ଅଛି… ସେତିକି ସେତିକି… ତମ ପ୍ଲେଟ୍ରେ ଆଉ ଗୋଟେ ବି
ଆଇଟମ୍ ରଖିଲେ, ସେଠି ଭୂମିକମ୍ପ ହୋଇଯିବ ।”
ସିଡ଼୍ର ପ୍ଲେଟ୍କୁ ଚାହିଁ ବୀରା ହସିକି କହିଲା ।
ଅନ୍ୟମନସ୍କ ଭାବରେ ସିଡ଼୍ ତା’ ପ୍ଲେଟ୍ରେ ବହୁତ ଅଧିକ ଖାଦ୍ୟ ବାଢ଼ି ସାରିଥିଲା । “ଓଃ! ହେ ଭଗବାନ, ମୁଁ ଗୋଟେ ବିରାଟ ମୁର୍ଖ, ଏମିତିକି ମୋ’ ଭାଇଠୁ ବି ।” ଟିକେ ହସି ନିଜକୁ ନିଜେ କହିଉଠିଲା ସିଡ଼୍ ତ ବୀରା ଆହୁରି ହସିଲା । ଅଧିକ ନେଇଥିବା ଖାଦ୍ୟତକ ସିଡ଼୍ ଡଷ୍ଟବିନ୍ରେ ପକେଇ ସାରିଲା ପରେ ଉଭୟ ତାଙ୍କ ଟେବୁଲ ପାଖକୁ ଚାଲିଗଲେ ଯେଉଁଠି ରୋହାନ୍ ଓ ସମୀରା ଆଗରୁ ବସି ଗପସପ ହେଉଥିଲେ । ବୀରା ଇଶାରା ଦେଲାପରେ ସେମାନେ ବଫେ ଟେବୁଲ ପାଖକୁ ଚାଲିଗଲେ ଏବଂ ଏ ଦୁହେଁ ନିଜ ନିଜ ଚେୟାରରେ ବସି ଗପସପ କରି ଖାଇ ଚାଲିଲେ ।
Comments are closed.