ବାସନ୍ତୀ ଲତା ଜେନା
କବିଟିଏ ମୁଁ କବିଟିଏ
କଳ୍ପନା ରାଇଜେ ବାସ୍ତବତା ଖୋଜେ
କବିତାରେ କିଛି ଲେଖିଦିଏ
କବିଟିଏ ମୁଁ……. ।
ନୀରବରେ ଯେବେ ବସି ଥାଏ
ମନ କୁଞ୍ଜବନେ ଶବ୍ଦମାଳି ସବୁ
ଆଖି ଆଗେ ମୋର ନାଚିଯାଏ
କବଟିଏ ମୁଁ….. ।
କାଗଜ କଲମ ପାଖେ ଥାଏ
ଶବ୍ଦ ବଗିଚାରୁ ଶବ୍ଦ ଖୋଜି ଆଣି
କାଗଜ ପୃଷ୍ଠାରେ ଲେଖିଦିଏ
କବିଟିଏ ମୁଁ……. ।
ପ୍ରକୃତି ରାଣୀକୁ ଦେଖୁ ଥାଏ
ଐଶ୍ୱର୍ଯ୍ୟ ସମ୍ପୂର୍ଣ୍ଣ ଧରଣୀ ରାଣୀର
ଚରଣ ବନ୍ଦନ କରୁଥାଏ
କବିଟିଏ ମୁଁ…….।
ପାହାଡ଼େ ଫୁଟାଏ ପଦ୍ମ ଫୁଲ
ମରୁଭୂମି ପ୍ରାନ୍ତେ ସବୁଜିମା ଭରେ
ମଉଳା କୁସୁମେ ପ୍ରାଣ ଦିଏ
କବିଟିଏ ମୁଁ……… ।
ସଂସ୍କୃତି ସଂସ୍କାର ପରମ୍ପରା
ସମାଜ ଦର୍ପଣ କବି ହୋଇ ଥାଏ
ବିପ୍ଳବର ଅଗ୍ନୀ ଶିଖାଟିଏ
କବିଟିଏ ମୁଁ……. ।
ବସୁମତୀ କୋଳେ ଚାରାଟିଏ
ନୂତନ ସୃଷ୍ଟିକୁ ଆହ୍ୱାନ କରଇ
କବିତାରେ ପ୍ରାଣ ଛିଞ୍ଚିଦିଏ
କବିଟିଏ ମୁଁ…….।
ନିଜ ଲେଖା ନିଜେ ପଢୁ ଥାଏ
ହିରା ନୀଳା ମୋତି ପାଇବା ଭଳି ଗୋ
ମନେ ମନେ ଖୁସି ହେଉ ଥାଏ
ବକବିଟିଏ ମୁଁ…….. ।
କୁସଂସ୍କାର ବିପ୍ଳବର ସ୍ୱର
ସମାଜ ପ୍ରଗତି ଆଣିବା ପାଇଁ କି
କବି ଧରିଛି ଲେଖନୀଟିଏ
କବିଟିଏ ମୁଁ………।
ସମାଜ ଦରଦୀ ବନ୍ଧୁଟିଏ
ଦୁଃଖ ଯନ୍ତ୍ରଣାକୁ ନିଜେ ପିଇ ଦେଇ
ସମାଜ ସେବାରେ ଲାଗି ଥାଏ
କବିଟିଏ ମୁଁ…… ।
ରାଜନୀତି କଥା ଲେଖୁ ଥାଏ
ସତ କଥା ଲେଖି ଆକ୍ରୋଶ ଶିକାର
ବିପଦକୁ ଡାକି ଆଣି ଥାଏ
କବିଟିଏ ମୁଁ…….।
ଜିଇଁ ଥିବି ମୁହିଁ ଯେତେ ଦିନ
କବିତା ମୋ ପ୍ରୀୟ ସାଥି ସହଚର
ତା ସାଥିରେ ଅଛି ଭାବଟିଏ
କବିଟିଏ ମୁଁ…….।
ନବରଙ୍ଗପୁର
Comments are closed.