Latest Odisha News

BREAKING NEWS

ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା- ଲେଖାଶ୍ରୀ

ଭୁବନେଶ୍ୱର: ବିଜେଡି ନେତାଙ୍କ ନାଁରେ ନାରୀ ନିର୍ଯାତନା ଓ ଅସଦାଚାରଣର ଲମ୍ବା ତାଲିକା ରହିଛି । ମହିଳା ମାନଙ୍କୁ ଅତ୍ୟାଚାର, ଅସମ୍ମାନ, ଅସଦାଚାରଣ କରୁଥିବା ବେଶୀ ସଂଖ୍ୟକ ନେତା ହେଉଛନ୍ତ ବିଜେଡିର । ହେଲେ ବିଜେଡ଼ି ମୁଖପାତ୍ର ସବୁବେଳେ ମୂଳ କଥାର ଉତର ନ ଦେଇ ବୁଲେଇ ବଙ୍କେଇ କହୁଛନ୍ତି  ।  ଏମିତି କହି ବିଜେଡି ଉପରେ ବର୍ଷିଛନ୍ତି ବିଜେପି ରାଜ୍ୟ ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ।

ଲେଖାଶ୍ରୀ  ଦୁଇଟି ଘଟଣାର ଉଦାହରଣ ଦେଇ କହିଛନ୍ତି,  ଗଣମାଧ୍ୟମରେ ଦୁଇ ଜଣ ଉଚ୍ଚଶିକ୍ଷିତା ମହିଳା ନିଜର କଷ୍ଟ ଓ ମନର ବ୍ୟଥାକୁ ଲୋକଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ପରିବାର ବିରୋଧରେ ଯୌତୁକ ନିର୍ଯ୍ୟାତନା ଏବଂ ଆଉ ଜଣେ ଶାସକ ଦଳର ସର୍ବୋଚ୍ଚ ନେତାଙ୍କର ସାଙ୍ଗର ପରିବାରରୁ ଘଟଣା ଘଟିଛି । ଏହା କଣ ମିଛ ? ତା’ ଉପରେ ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଉତର ରଖିବେ କି?

ଲେଖାଶ୍ରୀ କହିଛନ୍ତି,    ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ବିଜେଡିର ନୁହଁନ୍ତି । ଆମର ପରିବାରର ମାଆ ଭଉଣୀମାନେ ବି ଅନ୍ତର୍ଭୃକ୍ତ ଅଛନ୍ତି । ସେମାନଙ୍କୁ ଢାଲ କରି ମହିଳାଙ୍କୁ ଅସମ୍ମାନ କରିବାର ଯେଉଁ ମିଛ ପ୍ରହେଳିକା ଶାସକ ଦଳ ଦଳ ତିଆରି କରୁଛି, ତାହାକୁ ଓଡ଼ିଶାର ଜନସାଧାରଣ ସବୁ ବୁଝିଲେଣି । ସମୀର ଦାସ ଓ ଶ୍ରକାନ୍ତ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବାହାର କଣ ପାଇଁ କରାଗଲା?  ଦିବ୍ୟଶଙ୍କର ମିଶ୍ର,  ପ୍ରତାପ ଜେନା କଣ କରିଥିଲେ ଯେ ତୁମେ ତାଙ୍କୁ ବାହାରେ ରଖିଛ? ଏହାର ଉତର ଶାସକ ଦଳର ମୁଖିଆ ଦେବେ କି ? ତିର୍ତୋଲର ବିଧାୟକ କେଉଁ କାରଣରୁ ଆସୁନାହାନ୍ତି ତାହାର ସ୍ପଷ୍ଟୀକରଣ ରଖିବେ କି ବୋଲି ଶ୍ରୀମତୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି ।

ବିଜେଡି ମୁଖପାତ୍ର କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ବୁଝି ନ ବୁଝିଲା ଭଳି ଆଚରଣ କରୁଛନ୍ତି । ମିଛକୁ ବାରମ୍ବାର କହିଲେ ସତ ହୁଏ ନାହିଁ । ଶାସକ ଦଳର ନେତା କିଏ ? ଆଜି ପ୍ରଶ୍ନବାଚୀ । ଅପପୁଷ୍ଟିର ସତ କଥା ଯେତେବେଳେ ଗଣମାଧ୍ୟମକୁ ଆସୁଛି ସେତେବେଳେ ବିଜେଡ଼ି ବିଚଳିତ ହେଉଛି ବୋଲି ଶ୍ରୀମତୀ ସାମନ୍ତ ସିଂହାର  କହିଛନ୍ତି ।

Comments are closed.