Latest Odisha News

BREAKING NEWS

Elephant Death: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ଚାଲିଗଲା ଜୀବନ;ଛୋଟେଇ ଛୋଟେଇ ଚାଲୁଥିଲା ଦନ୍ତା

ରେଢ଼ାଖୋଲ: ୮ ଦିନରୁ ଅସୁସ୍ଥ ଥିବା ଦନ୍ତାହାତୀର ମୃତ୍ୟୁ ହୋଇଛି । ରେଢ଼ାଖୋଲରେ ୮ ଦିନ ଧରି ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ନାକଟିଦେଉଳ ରେଞ୍ଜର ଗଜା ବୁରି ଖେଷଡା ଜଙ୍ଗଲରେ ଆଖି ବୁଜିଛି ଦନ୍ତା। ଆଗ ବାମ ଗୋଡ଼ରେ ଆଘାତ ଯୋଗୁଁ ଛୋଟେଇ ଛୋଟେଇ ବୁଲୁଥିଲା ହାତୀ।

ବନ ବିଭାଗର ସୂଚନାନୁସାରେ, ଡ୍ରୋନ୍ ସହାୟତାରେ ବନ ବିଭାଗର ଦୁଇଟି ଟିମ୍ ହାତୀର ଗତିବିଧି ଉପରେ ନଜର ରଖିଥିଲା। ଆଜି ଟ୍ରାଙ୍କୁଲାଇଜ କରିବାକୁ ଯୋଜନା ଥିଲା । କିନ୍ତୁ ତା ପୂର୍ବରୁ ହାତୀଟିର ମୃତ୍ୟୁ ହୋଇଯାଇଥିଲା। ତେବେ ଶିକାରୀଙ୍କ ଗୁଳିରେ ହାତୀଟି ଆହତ ହୋଇଥିବା ସନ୍ଦେହ କରାଯାଉଛି।

ଏପଟେ ୮ ଦିନ ଧରି ଆହତ ହାତୀ ଜଙ୍ଗଲରେ ବୁଲୁଥିବା ବେଳେ ବନ ବିଭାଗ କେବଳ ମନିଟରିଂ କରୁଥିଲା ନା ତା’ର ଚିକିତ୍ସା ବି କରାଯାଉଥିଲା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

Leave A Reply

Your email address will not be published.