Latest Odisha News

ବଢୁଛି ଚିଦାମ୍ବରମଙ୍କ ଅଡୁଆ, ଇଡି ଜାରି କଲା ଲୁକ୍ ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: ଆଇଏନଏକ୍ସ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମଙ୍କ ନାମରେ ବୁଧବାର ଦିନ ଏକ୍ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।

ପ୍ରାପ୍ତ ସୂଚନାନୁଯାୟୀ ଚିଦାମ୍ବରମ ନିଜର ଗିରଫଦାରୀରୁ ବଞ୍ଚିବା ପାଇଁ ସୁପ୍ରିମକୋର୍ଟରେ ଆଗୁଆ ଜାମିନ ଲାଗି ଆବେଦନ କରିଥିବାବେଳେ ଏନେଇ କୌଣସି ତତ୍କାଳ ନିର୍ଦ୍ଦେଶ ଦିଆଯାଇପାରିବ ନାହିଁ ବୋଲି ଜଷ୍ଟିସ୍ ରମନା କହିଛନ୍ତି ।

ଏହି ଦୁର୍ନୀତି ମାମଲାରେ ଉଭୟ ସିବିଆଇ ଓ ଇଡି ତଦନ୍ତ କରୁଥିବା ବେଳେ ଚିଦାମ୍ବରମଙ୍କୁ ଖୋଜିବା ଲାଗି ସିବିଆଇ ତାଙ୍କ ଘରକୁ ଦୁଇଦୁଇ ଥର ଯାଇଥିଲେ ମଧ୍ୟ ନିରାଶ ହୋଇ ଖାଲି ହାତରେ ଫେରିଥିଲା । ଯାହାଫଳରେ ଇଡି ପକ୍ଷରୁ ତାଙ୍କ ନାମରେ ଏକ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି ।

Leave A Reply

Your email address will not be published.