Latest Odisha News

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପପୁଆ ନ୍ୟୁଗିନି ଓ ଫିଜିରେ ସର୍ବୋଚ୍ଚ ସମ୍ମାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦେଶର ସର୍ବୋଚ୍ଚ ସମ୍ମାନ। ପପୁଆ ନ୍ୟୁଗିନି ଓ ଫିଜି ନିଜ ଦେଶର ସର୍ବୋଚ୍ଚ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମ୍ମାନିତ କରିଛନ୍ତି। ଫିଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ “କମ୍ପାନିୟନ ଅଫ୍‌ ଦ ଅର୍ଡର ଅଫ୍ ଫିଜି” ସମ୍ମାନରେ ସମ୍ମାନିତ କରିଥିବା ବେଳେ ପପୁ ନ୍ୟୁଗିନି ପକ୍ଷରୁ ମୋଦୀଙ୍କୁ ସର୍ବୋଚ୍ଚ ସମ୍ମାନ ‘ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ’ରେ ସମ୍ମାନିତ କରାଯାଇଛି।

ପପୁଆ ନ୍ୟୁଗିନିରେ ଚାଲିଥିବା FIPIC(ଫୋରମ ଫର ଇଣ୍ଡିଆ ସ୍ପେଶିଫିକ୍ ଆଇସଲାଣ୍ଡ କୋଅପରେସନ) ସମାରୋହରେ ଫିଜି ପ୍ରଧାନମନ୍ତ୍ରୀ ସିତିବେଣୀ ରାବୁକା ଯୋଗ ଦେଇ ମୋଦୀଙ୍କୁ ସମ୍ମାନିତ କରିଥିଲେ। ରାବୁକା ମୋଦୀଙ୍କୁ କମ୍ପାନିୟନ ଅଫ୍‌ ଦ ଅର୍ଡର ଅଫ୍ ଫିଜିର ଏକ ମେଡାଲ ପିନ୍ଧାଇଥିଲେ। ଫିଜି ପୁରସ୍କାର ପାଇବା ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏହି ସମ୍ମାନ ମୋର ନୁହେଁ। ୧୪୦ କୋଟି ଭାରତୀୟଙ୍କର।

ଫିଜି ପୁରସ୍କାର ପୂର୍ବରୁ ପପୁଆ ନ୍ୟୁଗିନିର ଗଭର୍ଣ୍ଣର ବବ ଡାଡାଏ  ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ସମ୍ମାନ  ଦ ଗ୍ରାଣ୍ଡ କମ୍ପାନିୟନ ଅଫ୍ ଦ ଅର୍ଡର ଅପ୍ ଲୋଗୋହୁ’ରେ ସମ୍ମାନିତ କରିଥିଲେ। ଏନେଇ ମୋଦୀ ଟ୍ୱିଟ୍ କରି ସୂଚନା ଦେଇଥିଲେ।

 

Comments are closed.