Latest Odisha News

BREAKING NEWS

ଆଇପିଏଲ ଫାଇନାଲ ପାଇଁ ପାକିସ୍ତାନ ବୋର୍ଡ ଅଧ୍ୟକ୍ଷଙ୍କୁ ଡାକରା ନାହିଁ

ଅହମ୍ମଦାବାଦ: ଇଣ୍ଡିଆନ ପ୍ରିମିୟର ଲିଗର ଫାଇନାଲ ମେ ୨୮ରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ମ୍ୟାଚ ଦେଖିବା ପାଇଁ ଗୁରୁବାର ବିିସିସିଆଇ ଶ୍ରୀଲଙ୍କା, ବାଂଲାଦେଶ ଓ ଆଫଗାନିସ୍ତାନ ବୋର୍ଡର ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରିଛି । ତେବେ ପାକିସ୍ତାନ ବୋର୍ଡ ଅଧ୍ୟକୁ ଏ ନେଇ ଡକାଯାଇ ନାହିଁ । ରିପୋର୍ଟ ମୁତାବକ ଆଇପିଏଲ ଫାଇନାଲ ଅବସରରେ ଏସିଆ କପ ନେଇ ଆଲୋଚନା ହେବ । ଏହି ବିବାଦର ସମାଧାନ ପାଇଁ ବିସିସିଆଇ ଉଦ୍ୟମ ଆରମ୍ଭ କରିଛି । ସୂଚନାଯୋଗ୍ୟ, ୨୦୨୩ ଏସିଆ କପ ପାକିସ୍ତାନରେ ହେବ ବୋଲି ସ୍ଥିର ହୋଇଥିଲା । ବିସିସିଆଇ କିନ୍ତୁ ପାକିସ୍ତାନ ଖେଳିବା ପାଇଁ ଯିବନି ବୋଲି ସ୍ପଷ୍ଟ କରି ଦେଇଛି ।

ପିସିବି ଭାରତକୁ ମନାଇବା ପାଇଁ ହାଇବ୍ରିଡ ମଡେଲ ପ୍ରସ୍ତୁତ କରିଥିଲା । ଏହା ମାଧ୍ୟମରେ ପାକିସ୍ତାନରେ ସମସ୍ତ ମ୍ୟାଚ ଆୟୋଜିତ ହେବ । କେବଳ ଭାରତ ମ୍ୟାଚ ନ୍ୟୁଟ୍ରାଲ ଭେନ୍ୟୁରେ ଖେଳାଯିବ । ପିସିବିର ଏହି ମଡେଲକୁ ଅନ୍ୟ ବୋର୍ଡମାନେ ମଧ୍ୟ ପସନ୍ଦ କରି ନ ଥିଲେ । ୨୦୧୩ ପରଠାରୁ ଭାରତ-ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନି । ଆଇସିସିର ବଡ ଟୁର୍ଣ୍ଣାମେଂଟରେ ଉଭୟ ଦେଶ ମଧ୍ୟରେ ୧୦ ବର୍ଷ ମଧ୍ୟରେ ୧୫ଟି ମ୍ୟାଚ ଖେଳାଯାଇଛି । ଭାରତ ୧୧ ଓ ପାକିସ୍ତାନ ୪ଟିରେ ବିଜୟ ହାସଲ କରିଛି ।

Leave A Reply

Your email address will not be published.