Latest Odisha News

BREAKING NEWS

ସାତକୋଶିଆରୁ ଆସିଲା ଖୁସି ଖବର, ଅଣ୍ଡା ଫୁଟି ବାହାରିଲେ ଘଡ଼ିଆଳ ଛୁଆ

ଅନୁଗୁଳ: ସାତକୋଶିଆରୁ ଆସିଛି ଖୁସି ଖବର । କ୍ରମାଗତ ତୃତୀୟ ବର୍ଷ ପାଇଁ ଘଡ଼ିଆଳ ପ୍ରଜନନ ସଫଳ ହୋଇଛି । ଗୁରୁବାର ଅଣ୍ଡା ଫୁଟି ବାହାରିଛନ୍ତି ଘଡ଼ିଆଳ କୁମ୍ଭୀର । ମା’ କୁମ୍ଭୀର ସହ ଛୁଆ ଗୁଡ଼ିକ ଖେଳୁଥିବାର ଫଟୋ ବନ ବିଭାଗର କ୍ୟାମେରାରେ କଏଦ ହୋଇଛି ।

ସାତକୋଶିଆ ଗଣ୍ଡର ବଳଦମରା ନିକଟରେ ୩୦ରୁ ୩୫ ଘଡ଼ିଆଳ ଛୁଆ ବାହାରିଥିବା ସାତକୋଶିଆ ଡିଏଫଓ ସରୋଜ କୁମାର ପଣ୍ଡା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ବିଲୁପ୍ତପ୍ରାୟ ଘଡ଼ିଆଳ କୁମ୍ଭୀର ୨୦୨୧ ମସିହାରୁ ସଫଳତାର ସହ ସାତକୋଶିଆରେ ଅଣ୍ଡା ଫୁଟେଇ ଆସୁଛି ।

Leave A Reply

Your email address will not be published.