Latest Odisha News

ଚଢାଉ କରିବାକୁ ଯାଇ ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ତହସିଲଦାର

ଢେଙ୍କାନାଳ:ଜେସିବି ଲଗାଇ ମାଟି ଖୋଳୁଥିଲେ । ତହସିଲଦାର ବିରୋଧ କରିବାରୁ ମାଡି ବସିଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି  ଢେଙ୍କାନାଳ ଜିଲ୍ଲା   ପରଜଙ୍ଗ ତହସିଲଦାର  । ସେତିକି ନୁହେଁ,  ରେଡ଼ ସମୟରେ ଫଟୋ ଉଠାଉଥିବା ବେଳେ ତହସିଲଦାରଙ୍କ ଗାଡି ଉପରକୁ ଜେସିବି ମେସିନରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

ଢେଙ୍କାନାଳ ଜିଲ୍ଲା  ପରଜଙ୍ଗ ତହସିଲର ପଥରଖମ୍ବ ଗାଁର ଏକ ସରକାରୀ ଜମିରୁ କିଛି ଦୁର୍ବୃତ୍ତ ଜେସିବି ଲଗାଇ ମାଟି ଖୋଳୁଥିଲେ । ଖବର ପାଇଁ ତହସିଲଦାର ସିରିୟାଲ ଶୁଭ୍ର ପଟେଲ ଘଟଣାସ୍ଥଳକୁ ଯାଇଥିଲେ । ସେ ସେହି ସ୍ଥାନର ଫଟୋ ଉଠାଉଥିବାବେଳେ କିଛି ୨ ଜଣ ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ପରେ ଆଉ କିଛି ଲୋକ ଆସି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଏକ ଗଛର ଡାଳ ଭାଙ୍ଗି ତହସିଲଦାରଙ୍କୁ ପିଟିବା ସହ ତାଙ୍କ ସାର୍ଟକୁ ଘୋଷାରି ଆଣିଥିଲେ । ଏପରିକି ତାଙ୍କ ଗାଡି ଉପରକୁ ଜେସିବି ମଡାଇ ଦେବାକୁ ଉଦ୍ୟମ କରୁଥିଲେ ଏହି ଦୁର୍ବୃତ୍ତ ।

ତହସିଲଦାରଙ୍କ ପଛେ ପଛେ ଯାଇଥିବା   ପରଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ ଲେଙ୍କା ଓ ତହସିଲ ଅଫିସରେ କାର୍ଯ୍ୟରତ କନିଷ୍ଠ ପ୍ରେମାନନ୍ଦ ବେହେରା ବିରୋଧ କରିବାରୁ ତାଙ୍କୁ ମଧ୍ୟ ମାଡ଼ ମାରିଥିଲେ ଦୁର୍ବୁତ୍ତ । ଲହୁଲୁହାଣ ଅବସ୍ଥାରେ ସମସ୍ତଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇି । ପରଜଙ୍ଗ ତହସିଲଦାରଙ୍କ ମୁଣ୍ଡ ,ମୁହଁ ଓ ହାତରେ ଗଭୀର ଆଘାତ ଲାଗିଥିବା ସୂଚନା । ଏ ନେଇ କାମାକ୍ଷାନଗର ପୋଲିସର ତନାଘନା ଜାରି ।

Comments are closed.