Latest Odisha News

ପ୍ଲାଷ୍ଟିକ୍ ବୋତଲରେ ଟି-ସାର୍ଟ, କଲେ ବିଶ୍ୱ ରେକର୍ଡ

ରୋମାନିଆ:ପ୍ଲାଷ୍ଟିକ୍ ବୋତଲରେ ଟି-ସାର୍ଟ । ଏହା ଶୁଣି ଆପଣଙ୍କୁ ଟିକେ ଖଟ୍‌କା ଲାଗିପାରେ । ଭାବୁଥିବେ ଏହା କିପରି ସମ୍ଭବ । ୟୁରୋପୀୟ ଦେଶ ରୋମାନିଆର କିଛି ଲୋକ ପ୍ଲାଷ୍ଟିକ୍ ବୋତଲରେ ଟି-ସାର୍ଟ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ତାହା ପୁଣି ଦୁନିଆର ସବୁଠୁ ଳମ୍ବା ଟି ସାର୍ଟ ଭାବେ ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ଼ ବି କରିଛି ।

ପ୍ଲାଷ୍ଟିକ  ବୋତଲ କିପରି ପୁନଃ ବ୍ୟବହାର କରାଯିବ ସେନେଇ ରୋମାନିଆର କିଛି ଯୁବକ ଚିନ୍ତା କରିଥିଲେ । ଏହି ଲକ୍ଷ୍ୟରେ ସେମାନେ ଲୋକଙ୍କୁ ସଚେତନ କରିବା ପାଇଁ ଏପରି ଉଦ୍ୟମ ଆପଣାଇଥିଲେ । ସେମାନେ ପ୍ଲାଷ୍ଟିକ୍ ବୋତଲରେ ଏକ ଟି-ସାର୍ଟ ପ୍ରସ୍ତୁତ କରିଛନ୍ତି, ଯାହା ଏବେ ଚର୍ଚ୍ଚାକୁ ଆସିଛି । କାରଣ ଏହା ଏବେ ଗିନିଜ୍ ବୁକ୍ ଅଫ ୱାଲ୍‌ର୍ଡ଼ ରେକର୍ଡ଼ କରିଛି । ଏହି ଟି-ସାର୍ଟର ବିଶେଷ କଥା ହେଉଛି, ୫ ଲକ୍ଷ ପ୍ଲାଷ୍ଟିକ୍ ବୋତଲକୁ ତରଳାଇ ଏହା ପ୍ରସ୍ତୁତ କରାଯାଇଛି । ଏହାର ଲମ୍ବ ୩୫୭.୪୮ ଫୁଟ ହୋଇଥିବା ବେଳେ ଚଉଡ଼ା ୨୪୧.୦୮ ଫୁଟ । ନିକଟରେ ଏହି ଟି-ସାର୍ଟକୁ ରୋମାନିଆର ବୁଖାରେଷ୍ଟ ସହରରେ ପ୍ରଦର୍ଶିତ କରାଯାଇଥିଲା । ଏହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ଭିଡ଼ ଜମିଥିଲା ।

ଯୁବକଙ୍କ କହିବା କଥା, ଏହି ୫ ଲକ୍ଷ ବୋତଲ ସଂଗ୍ରହ କରିବାକୁ ପ୍ରାୟ ୩ ସପ୍ତାହ ସମୟ ଲାଗିଥିଲା । ଆଉଏହି ଟି-ସାର୍ଟ ବନାଇବାକୁ ଏକ ମାସ ସମୟ ଲାଗିଥିଲା । ସେମାନଙ୍କ ଏହି କଳାକୃତିକୁ ଦେଶ ସହିତ ଯୋଡିବା ପାଇଁ, ଟି-ସାର୍ଟକୁ ଜାତୀୟ ପତାକାର ମଡେଲ ଭାବରେ ଡିଜାଇନ୍ କରିଥିଲେ । ସେହିଭଳି ଏହି ଡ଼ିଜାଇନ୍‌ର ଟି-ସାର୍ଟ ରୋମାନିଆର ରଗବୀ ଖେଳାଳୀ ମଧ୍ୟ ବ୍ୟବବହାର କରନ୍ତି । ଏହା ଏତେ ଲମ୍ବା ଯେ ଏହାକୁ ଖୋଲିବା ପାଇଁ ୧୨୦ ରୁ ଅଧିକ ସ୍ୱେଚ୍ଛାସେବୀ ନିୟୋଜିତ ହୋଇଥିଲେ । ଏହାକୁ ସ୍ଥାନୀୟ ଷ୍ଟାଡିୟମରେ ପ୍ରଦର୍ଶିତ କରାଯାଇଥିଲା । ଏଥିପାଇଁ ପୁରା ଦିନ ଲାଗିଲା । ପରେ ଏହା ଦୁନିଆର ସବୁଠୁ ବଡ଼ ଟି ସାର୍ଟ ଭାବେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ଯୋଡ଼ି ହୋଇଛି । ସେମାନଙ୍କର ଉଦ୍ଦେଶ୍ୟ ହେଉଛି, ଏହାକୁ ୧୨୦୦ ସାଧାରଣ ଟି-ସାର୍ଟରେ ପରିଣତ କରିବା । ଯାହାଦ୍ୱାରା ଏହା ଗରିବ ପିଲାମାନଙ୍କ ମଧ୍ୟରେ ବଣ୍ଟନ ହୋଇପାରିବ ।

Comments are closed.