Latest Odisha News

BREAKING NEWS

+୨ ପରୀକ୍ଷା ଫଳ ପ୍ରକାଶ ପାଇବ ତାରିଖ ଘୋଷଣା କଲା ସିଏଚଏସଇ

ଭୁବନେଶ୍ୱର: ମେ’ ୩୧ ସୁଦ୍ଧା +୨ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ) ପକ୍ଷରୁ ସୂଚନା ଦିଆଯାଇଛି। ସିଏଚଏସଇର ପରୀକ୍ଷା ନିୟନ୍ତ୍ରକ କହିଛନ୍ତି ଯେ ଉଭୟ ଷ୍ଟ୍ରିମ୍ ପାଇଁ ଫଳାଫଳ ନିର୍ଦ୍ଧାରିତ ସମୟରେ ପ୍ରକାଶ କରିବା ସୁନିଶ୍ଚିତ କରିବା ପାଇଁ ବାକି ଥିବା ଔପଚାରିକତା ପରଦିନ ସୁଦ୍ଧା ଶେଷ କରାଯିବ। ଗତକାଲି ଏହି ପରୀକ୍ଷା ତାରିଖ ଘୋଷଣା ହେବ ବୋଲି ପ୍ରାରମ୍ଭିକ ଭାବେ ସୂଚନା ମିିଳିଥିଲା କିନ୍ତୁ ସଂଧ୍ୟାରେ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇ କହିଥିଲେ ସୋମବାର ସଂଧ୍ୟାରେ ଘୋଷଣା କରାଯିବ।

ଏପ୍ରିଲ ୫ ତାରିଖରେ ପ୍ଲସ୍-୨ ପରୀକ୍ଷା ଶେଷ ହେବା ପରେ ୪୫ ଦିନ ମଧ୍ୟରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ପ୍ରଥମେ ପ୍ରତିଶୃତି ଦେବା ପରେ ସିଏଚଏସଇର ବିଳମ୍ବ ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା କିନ୍ତୁ ଆଜି ପରୀକ୍ଷା ତାରିଖ ଘୋଷଣା ପରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଆଶ୍ୱସ୍ତି ଦେଖାଦେଇଛି।

ଛାତ୍ରନେତା ଅଭିଳାଷ ପଣ୍ଡା ଫଳାଫଳ କହିଛନ୍ତି, ସିଏଚଏସଇ କର୍ତ୍ତୃପକ୍ଷଙ୍କ ଦ୍ୱାରା ଫଳାଫଳ ଘୋଷଣାରେ ବିଳମ୍ବ ଶିକ୍ଷା କ୍ଷେତ୍ର ଉପରେ ଗୁରୁତ୍ୱର ଅଭାବକୁ ଦର୍ଶାଉଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।

ଉତ୍କଳ ଅଭିଭାବକ ସଙ୍ଘର ସଭାପତି କୃଷ୍ଣଚନ୍ଦ୍ର ପତି ଚିଏଚ୍ଏସ୍ଇକୁ ସମାଲୋଚନା କରି ରେଜଲ୍ଟ ବିଳମ୍ବର ବାରମ୍ବାରତାକୁ ଦର୍ଶାଇଛନ୍ତି। ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ (ସିବିଏସ୍ଇ) ଏବଂ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ (ଆଇସିଏସ୍ଇ) ବୋର୍ଡର ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଆଧାରରେ କଲେଜ ଆଡମିଶନ ପାଇଁ ପୂର୍ବରୁ ପ୍ରସ୍ତୁତି ଚଳାଇଥିବା ବେଳେ ଓଡ଼ିଶାର ଛାତ୍ରଛାତ୍ରୀମାନେ ସେମାନଙ୍କ ମାର୍କକୁ ଅପେକ୍ଷା କରି ରହିଛନ୍ତି।

ତେବେ ମେ’ ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ସିଏଚଏସଇର ପ୍ରତିଶ୍ରୁତି ପ୍ରଭାବିତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ କିଛିଟା ଆଶ୍ୱସ୍ତି ଦେଉଛି।

Comments are closed.