ଶ୍ରୀନଗର: ବୈଷ୍ଣୋେଦବୀ ଯାତ୍ରାବେଳେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ଉପରୁ ତଳକୁ ଖସିପଡିଲା ବସ୍ । ଦୁର୍ଘଟଣାରେ ୧୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁସାରେ, ବସଟି ଅମୃତସରରୁ ବୈଷ୍ଣୋଦେବୀ ଯାଉଥିଲା । ବସରେ ପ୍ରାୟ ୭୫ ଜଣ ଯାତ୍ରୀ ଥିଲେ । ଜାତୀୟ ରାଜପଥ- ୪୪ରେ ଯାଉଥିବାବେଳେ ଭାରସାମ୍ୟ ହରାଇ ବସଟି ଏକ ପୋଲ ତଳକୁ ଖସି ପଡିଥିଲା । ଦୁର୍ଘଟଣା କଟରାର ରିୟାସି ଜିଲ୍ଲାରେ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆହୁରି ଅନେକ ଲୋକ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଓ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଆହତଙ୍କୁ ଜମ୍ମୁର ଜିଏମସି ହସ୍ପିଟାଲକୁ ନିଆଯାଇଥିଲା । ସମସ୍ତ ମୃତାହତ ବିହାର ରାଜ୍ୟର ବୋଲି ଜଣାଯାଇଛି ।
J&K | 10 people died after a bus going from Amritsar to Katra fell into a deep gorge. The injured have been shifted to hospital: Jammu DC
— ANI (@ANI) May 30, 2023
Comments are closed.