Latest Odisha News

BREAKING NEWS

ପତ୍ନୀଙ୍କୁ ହତ୍ୟା କରି ଝୁଲି ପଡ଼ିଲେ ସ୍ୱାମୀ

ଧାମନଗର: ଭଦ୍ରକ ଜିଲ୍ଲା ଧାମନଗରରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହାଣିବା ପରେ ନିଜେ ଗଛରେ ଝୁଲି ଆତ୍ମହତ୍ୟା କରିଛି ସ୍ୱାମୀ ।  ସ୍ଥାନୀୟ ମୌଲାନା ସାହିରେ ଘଟିଛି ଏପରି  ହୃଦୟବିଦାରକ ଘଟଣା  । ଘର ଭିତରେ  ପଡିଛି ସ୍ତ୍ରୀର କ୍ଷତବିକ୍ଷତ ରକ୍ତାକ୍ତ ମୃତଦେହ । ପାରିପାର୍ଶ୍ୱିକ ସ୍ଥିତିକୁ ଦେଖିବା ପରେ ଜଣାପଡୁଛି,  ସ୍ତ୍ରୀକୁ କଟୁରିରେ ହାଣି ହତ୍ୟାକରିଛି ସ୍ୱାମୀ ।  ଘର ଭିତରେ ପଡିଛି  ରକ୍ତ ଭିଜା  କଟୁରି  ।  ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଧାମନଗର ପୋଲିସ ଘଟଣାର ତଦନ୍ତ କରୁଛି ।

ଗାଁର ଭାସ୍କର ସାମଲ ଓ ପତ୍ନୀ ସସ୍ମିତାଙ୍କ  ମଧ୍ୟରେ ସବୁବେଳେ ଗଣ୍ଡଗୋଳ ଘଟୁଥିଲା । ଏହି ମନୋମାଳିନ୍ୟ ଦୀର୍ଘ ଦିନର  ।  ଏପରିକି ଦାମ୍ପତ୍ୟ କଳିର ସମାଧାନା କରିବା ପାଇଁ ଭଦ୍ର ଲୋକଙ୍କୁ ବି ଡକାଯାଇଥିଲା ।  ହଠାତ  ଆଜି ସକାଳୁ ଏହି ମନୋମାଳିନ୍ୟର ଶେଷ ଦୃଶ୍ୟ ଦେଖିବାକୁ ମିଳିଥିଲା।   ଘର ଭିତରେ ସସ୍ମିତାଙ୍କ ରକ୍ତାକ୍ତ ମୃତ ଦେହ ଏବଂ ଘର ପାଖ ଜମିରେ ଭାସ୍କରଙ୍କ ମୃତଦେହ ।  ସସ୍ମିତାଙ୍କ  ବେକ , ଛାତି ଓ ହାତରେ ଗଭୀର ଆଘାତ ଲାଗିଛି । ସେପଟେ ସ୍ୱାମୀ ଭାସ୍କର ଘର ନିକଟରୁ ପ୍ରାୟ ୫୦୦ ମିଟର ଦୂରରେ ଏକ ଗଛରେ ଝୁଲି ପଡିଥିଲେ ।

 ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,  ପ୍ରଥମେ ସେମାନେ  ଭାସ୍କରଙ୍କୁ ଗଛରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ ।  ପରେ  ସେମାନେ ଘର ଲୋକଙ୍କୁ ଖବର ଦେଇଥିଲେ  ।  ଘରେ ତାଲା ପଡିଥିଲା  ।  ପତ୍ନୀ  ସସ୍ମିତାଙ୍କୁ ନ ପାଇ  ଘରର ତାଲା ଭଙ୍ଗା ଯାଇଥିଲା । ହେଲେ ଘର ଭିତରେ ସସ୍ମିତାଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିବା ପାଇଁ ମିଳିଥିଲା ।

Leave A Reply

Your email address will not be published.