Latest Odisha News

BREAKING NEWS

୩୩ ବର୍ଷ ପରେ ପରଦାକୁ ଫେରିବେ ରାମାୟଣର ସୀତା

ମୁମ୍ବାଇ : ଦୀର୍ଘ ୩୩ ବର୍ଷ ପରେ ଛୋଟ ପରଦାକୁ ଫେରୁଛନ୍ତି ରାମାୟଣର ସୀତା ତଥା ଛୋଟ ପରଦାର ଜଣାଶୁଣା ଅଭିନେତ୍ରୀ ଦୀପିକା ଚିଖାଲିୟା । ସାଧାରଣତଃ ତାଙ୍କ ନାଁ ଆସିଲେ ରାମାୟଣର ସୀତାଙ୍କ କଥା ମନକୁ ଆସେ । ରାମାୟଣରେ ଦୀପିକା ସୀତା ଭୂମିକାରେ ଅଭିନୟ କରି ଘରେ ଘରେ ବେଶ୍ ପରିଚିତ ହୋଇପାରିଥିଲେ । ଏବେ ସେ ପୁଣି ଛୋଟ ପରଦାକୁ ଫେରୁଥିବା ଜଣାଯାଇଛି । ଏହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି ।

ରାମାନନ୍ଦ ସାଗରଙ୍କ ଧାରାବାହିକ ରାମାୟଣରେ ସୀତା ଭୂମିକାରେ ଅଭିନୟ କରିବା ପରେ ଦୀପିକା ବେଶ୍ ଲୋକପ୍ରିୟ ହୋଇଥିଲେ । ୧୯୯୦ ମସିହାରେ ଧାରାବାହିକ ‘ଦ ସୋଡ ଅଫ ଟିପୁ ସୁଲତାନ’ରେ ଦୀପିକାଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା । ପରେ ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଥିଲେ । ଏବେ ୩୩ ବର୍ଷ ପରେ ପୁଣିଥରେ ଛୋଟ ପରଦାରେ ନଜର ଆସିବେ । ସେ ଧର୍ମପୁତ୍ର ନନ୍ଦିନୀ ନାମକ ଏକ ଧାରାବାହିକରେ ଦେଖିବାକୁ ମିଳିବେ । ଏହି ଧାରାବାହିକର ଶୁଟିଂ ମଧ୍ୟ ଆରମ୍ଭ ହୋଇଯାଇଛି । ସେ ଏନେଇ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ।

ସୁଟିଂ ସେଟରୁ ଦୀପିକା ଅନେକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହି ଫଟୋଗୁଡ଼ିକ ଧାରାବାହିକର ଶୁଭ ମହୁରତ ସମୟର ଅଟେ । ଏହାର ନିର୍ମାତା ଆଉ କେହି ନୁହଁନ୍ତି, ନିଜେ ଦୀପିକା । ଦୀପିକା ୧୯୯୧ ମସିହା ନଭେମ୍ବରରେ ହମେନ୍ତ ଟୋପିୱାଲାଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇ ଝିଅ ଅଛନ୍ତି ।

Leave A Reply

Your email address will not be published.