Latest Odisha News

BREAKING NEWS

ଭୁବନେଶ୍ୱରର କାଶିପୁର ଓ ମାଲକାନଗିରିରେ ଓଡ୍ରାଫ ଟିମର ପ୍ରଶଂସନୀୟ ଉଦ୍ଧାରକାର୍ଯ୍ୟ: ଜଳବନ୍ଦୀରୁ ଶତାଧିକ ବ୍ୟକ୍ତି ଉଦ୍ଧାର ପାଇଲେ

ଭୁବନେଶ୍ୱର/ମାଲକାନଗିରି : ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ରାଜ୍ୟ ସରକାରଙ୍କ ଓଡ୍ରାଫ ଟିମ ସବୁବେଳେ ପ୍ରଶଂସନୀୟ କାର୍ଯ୍ୟ କରିଆସିଛି । ଜରୁରୀ କାଳୀନ ସମୟରେ ଏହି ଓଡ୍ରାଫ ଦଳ ଜନସାଧାରଣଙ୍କୁ ବିଭିନ୍ନ ସଙ୍କଟଜନକ ପରିସ୍ଥିତିରୁ ଉଦ୍ଧାର କରିଥିବା ଦେଖାଯାଇଥାଏ । ଏବେ ଓଡ଼ିଶାରେ ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଚାରିଆଡ଼େ ଜଳାର୍ଣ୍ଣବ ।

ଦୀର୍ଘ ୧୨ ଘଣ୍ଟାର ପ୍ରବଳ ବୃଷ୍ଟିପାତ ଯୋଗୁଁ ଓଡ଼ିଶାର ବିଭିନ୍ନ ଅଞ୍ଚଳର ରାସ୍ତାଘାଟ ବୁଡ଼ି ଯାଇଛି । କେଉଁଠି ୧୦ ଫୁଟର ପାଣି ରାସ୍ତାରେ ଚାଲିଛି ତ କେଉଁଠି ୫ ଫୁଟର ବର୍ଷା ଜଳ ଘର ଭିତରେ ପ୍ରବେଶ କରିଯାଇଛି । ଗାଁ ଗାଁରେ ବର୍ଷା ଜଳ ଯୋଗୁଁ ଜୀବନ ଯାତ୍ରା ଏକରକମର ବାଧାପ୍ରାପ୍ତ ହୋଇଛି । ତେେବେ ଓଡ୍ରାଫ ଟିମ ଏହି ସଙ୍କଟଜନକ ବର୍ଷାଜଳରେ ଜଳବନ୍ଦୀ ହୋଇ ରହିଥିବା ଜନସାଧାରଣଙ୍କୁ ବୋଟ ଓ ଲାଇଫ ଜ୍ୟାକେଟ ମାଧ୍ୟମରେ ଉଦ୍ଧାର କରିଛନ୍ତି । ବିଭିନ୍ନ ସ୍ଥାନରେ ବ୍ୟକ୍ତିମାନଙ୍କୁ ଟେକି ଟେକି ସେମାନଙ୍କୁ ଜଳବନ୍ଦୀରୁ ଉଦ୍ଧାର କରିଛନ୍ତି ।

ବିଭିନ୍ନ ଜିଲ୍ଲାରେ ବିଶେଷକରି କଟକ, ଭୁବନେଶ୍ୱର, ପୁରୀ, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଓଡ୍ରାଫ ଟିମ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି ।

ଭୁବନେଶ୍ୱର ନିକଟବର୍ତ୍ତୀ କାଶିପୁର ଗ୍ରାମଞ୍ଚଳରେ ଶତାଧିକ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଥିଲେ । ସେମାନଙ୍କ ଘର ଭିତରେ ୧୦ ଫୁଟ ଲେଖାଏଁ ପାଣି ଚାଲୁଥିବା ବେଳେ ସେମାନେ ଘରୁ ବାହାରକୁ ବାହାରି ପାରୁନଥିଲେ ।

ତେବେ କାଶିପୁରରେ ୫୦ ଜଣ ଆତଙ୍କିତ ଗ୍ରାମବାସୀଙ୍କୁ ଓଡ୍ରାଫ ଟିମର ୨୦ ଜଣ ସଦସ୍ୟ ଉଦ୍ଧାର କରିଥିଲେ । ସେହିପରି ମାଲକାନଗିରି, କୋରାପୁଟ, କଟକ ଓ ପୁରୀ ଜିଲ୍ଲାରେ ଓଡ୍ରାଫ ଟିମର ସାହସିକତାକୁ ସ୍ଥାନୀୟ ଜନସାଧାରଣ ତଥା ପ୍ରଶାସନ ପ୍ରଶଂସା କରିଛନ୍ତି ।

 

 

Leave A Reply

Your email address will not be published.