ଭୁବନେଶ୍ୱର: ଅଧା ରହିଗଲା ଜଗା ଦର୍ଶନ । ଟ୍ରେନ ଦୁର୍ଘଟଣା ଯୋଗୁ ତାଙ୍କ ପରିବାର ସଦସ୍ୟ ଏବେ ହସପିଟାଲରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର ନୀଳାମ୍ବର ପାତ୍ର ତାଙ୍କ ପରିବାର ସଦସ୍ୟକୁ ନେଇ କେତେ ଖୁସିରେ ପୁରୀ ବାହାରିଥିଲେ । ସମସ୍ତେ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ଚଢିଥିଲେ । ପୁରୀ ଯିବେ, ଜଗନ୍ନାଥଙ୍କୁ ଦର୍ଶନ କରିବେ ସେନେଇ ସମସ୍ତେ ଉତ୍ସାହିତ ଥିଲେ । ହେଲେ ବହନଗାଠାରେ ଭୟଙ୍କର ଟ୍ରେନ ଦୁର୍ଘଟଣା ଘଟିଲା । ଏହି ଦୁର୍ଘଟଣାରେ ନୀଳାମ୍ବର ଗୁରୁତର ଆହତ ହେଲେ । ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ପରିବାରର ଦୁଇ ଜଣ ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଉ ଦୁଇଜଣ କଟକ ଏସସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କାନ୍ଦି କାନ୍ଦି ଏହା କହିଛନ୍ତି ନୀଳାମ୍ବରଙ୍କ ବଡ଼ ଭାଇ ସୁଧୀର ପାତ୍ର । ଟ୍ରେନ୍ ଦୁର୍ଘଟଣା ପରେ ହସ୍ପିଟାଲ ଓ ଘଟଣାସ୍ଥଳରେ ଦେଖିବାକୁ ମିଳୁଛି ଏମିତି ହୃଦୟ ବିଦାରକ ଦୃଶ୍ୟ ।
BREAKING NEWS
- ଆମ୍ବେଦକର ଜୟନ୍ତୀ: ୧୪ ଏପ୍ରିଲ ସରକାରୀ ଛୁଟି
- ହାଇକୋର୍ଟ ଜଜ୍ଙ୍କୁ ଆହ୍ଲାବାଦକୁ ବଦଳି
- ପ୍ରକାଶ ପାଇଲା ଓଏସଏସଟିଇଟି ପରୀକ୍ଷା ଫଳ
- ଚେନ୍ନାଇ -ମଦୁରାଇରେ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱକପ୍
- ଆଇଟା-ଓଟିଏ ଟ୍ୟାଲେଂଟ ସିରିଜ: ସୂର୍ଯ୍ୟାଂଶ, ସାଇରାଂଶ ମାରିଲେ ବାଜି
- ଆଇପିଏଲ ଆୟରୁ କୋହଲିଙ୍କ କଟିଯିବ ୮ କୋଟି ଟଙ୍କା
- ଏପ୍ରିଲ ୨ରୁ ଖାତାଦେଖା; ମେ ୧୫ ସୁଦ୍ଧା ଯୁକ୍ତ ଦୁଇ ରେଜଲ୍ଟ
- ନକ୍ସଲଙ୍କ ବିସ୍ଫୋରଣ ଯୋଜନା ପଣ୍ଡ; ୪୫ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର
- ଅଫିସିଆଲ ଘୋଷଣା,ନିର୍ଦ୍ଦେଶନା ଦେବେ ହ୍ରିିତିକ ରୋଶନ
- ପୁଣି ବଢିଲା ତାତି, ଝାରସୁଗୁଡ଼ାରେ ୪୨ .୨ ଡିଗ୍ରୀ ରେକର୍ଡ
Comments are closed.