Latest Odisha News

BREAKING NEWS

ଜୁନିୟର ବାଳିକା ଏସିଆ କପ ହକି: ଉଜବେକିସ୍ତାନ ବିପକ୍ଷରେ ଭାରତର ବୃହତ ବିଜୟ

ନୂଆଦିଲ୍ଲୀ: ଜାପାନର କାକାମିଗହାରେ ଚାଲିଥିବା ଜୁନିୟର ବାଳିକା ଏସିଆ କପ ହକିରେ ଉଜବେକିସ୍ତାନ ବିପକ୍ଷରେ ଭାରତ ବୃହତ ବିଜୟ ହାସଲ କରିଛି । ଭାରତ ସମ୍ପୂର୍ଣ୍ଣ ଏକତରଫା ମ୍ୟାଚରେ ୨୨-୦ରେ ବିଜୟ ହାସଲ କରିଥିଲା । ସମ୍ପୂର୍ଣ୍ଣ ଆକ୍ରମଣାତ୍ମକ ପ୍ରଦର୍ଶନ କରି ଭାରତୀୟ ଖେଳାଳିମାନେ ପ୍ରଥମାର୍ଦ୍ଧରେ ୧୨ଟି ଏବଂ ଦ୍ୱିତୀୟାର୍ଦ୍ଧରେ ୧୦ଟି ଗୋଲ ସ୍କୋର କରିଥିଲେ । ଅନୁ ମ୍ୟାଚରେ ସର୍ବାଧିକ ୬ଟି ଗୋଲ ସ୍କୋର କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମମତାଜ ଖାଁ ଓ ଦୀପିକା ୪ଟି ଲେଖାଁଏ ଗୋଲ ଦେଇଥିଲେ । ବୈଷ୍ଣବୀ (୨ଟି), ସୁନୀଲତା ଟପ୍ପୋ(୨ଟି), ଦୀପକ ସୋରେଂଗ (୨ଟି), ମଂଜୁ ଚୌରାସିଆ(ଗୋଟିଏ) ଓ ନୀଲମ ଗୋଟିଏ ଗୋଲ ଦେଇଥିଲେ ।

୧୧ଜୁନ ପର୍ଯ୍ୟନ୍ତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୧୦ଟି ଟିମ ଅଂଶଗ୍ରହଣ କରୁଛନ୍ତି । ବିଶ୍ୱ ର‌୍ୟାଙ୍କିଙ୍ଗକୁ ଆଧାର କରି ଭାରତ ସମେତ ୪ଟି ଟିମକୁ ଏହି ଟୁର୍ଣ୍ଣାମେଂଟ ପାଇଁ ସିଧାସଳଖ୍ ଏଂଟ୍ରି ମିଳିଥିଲା । ପୁଲ ଏରେ ଭାରତ ସହ ମାଲେସିଆ, ଚାଇନିଜ ତାଇପେ, ଦକ୍ଷିଣ କୋରିଅ ଓ ଉଜବେକିସ୍ତାନ ରହିଛନ୍ତି ।

Leave A Reply

Your email address will not be published.