Latest Odisha News

ଅରୁଣ ଜେଟଲୀଙ୍କ ବିୟୋଗରେ ଶୋକପ୍ରକାଶ କଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ପୂବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅରୁଣ ଜେଟଲୀଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ । ରାଜ୍ୟପାଳ ତାଙ୍କ ଶୋକବାର୍ତ୍ତାରେ ଦୁଃଖ ପ୍ରକାଶ କରି କହିଛନ୍ତି, ଅରୁଣ ଜେଟଲୀ ଥିଲେ ଜଣେ ଉତୁଙ୍ଗ ବ୍ୟକ୍ତିତ୍ୱ ।

ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ଜେଟଲୀଙ୍କ ବିୟୋଗରେ ଶୋକ ପ୍ରକାଶ କରି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଅରୁଣ ଜେଟଲୀ ଥିଲେ ଜଣେ ବିଦ୍ୱାନ ବ୍ୟକ୍ତି ।

ଅରୁଣ ଜେଟଲୀଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକପ୍ରକାଶ କରି କହିଛନ୍ତି ଯେ, ମୁଁ ମୋର ବନ୍ଧୁ, ଦାର୍ଶନିକ ତଥା ଗୁରୁଙ୍କୁ ହରାଇଲି । ଶ୍ରୀଯୁକ୍ତ ଜେଟଲୀ ବିଭିନ୍ନ ରୂପରେ ଦେଶମାତୃକାର ସେବା କରିଯାଇଛନ୍ତି । ସେ ଭାରତର ଅନ୍ୟତମ ଶ୍ରେଷ୍ଠ ଅର୍ଥମନ୍ତ୍ରୀ, ତାଙ୍କର ବିୟୋଗରେ ଭାରତର ଅପୂରଣୀୟ କ୍ଷତି ଘଟିଲା ।

Leave A Reply

Your email address will not be published.