Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୪୧)

ମୂଳ ଇଂରାଜୀ : ଅନନ୍ତିନୀ  ‘ଝୁମ୍ପା’  ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“କ’ଣ ହେଲା! ଏ ଜରୁରୀକାଳୀନ ଆଲାର୍ମ ବେଲ୍ କାହିଁକି ବାଜିଲା?” ରୁମ୍ ଭିତରକୁ ଧଇଁସଇଁ ହୋଇ କ୍ୟାପ୍‌ଟେନ୍ ପିଟରସନ୍ ପଚାରିଲେ ।

ଗୋଟେ ଅପଶକୁନ ଭରା ସ୍ୱରରେ କ୍ରୀଷ୍ଣମୁର୍ତ୍ତି ଆରମ୍ଭ କଲେ, “ସାର୍ ପ୍ରୋପେଲର୍‌ ସମସ୍ୟାଟା ଆମେ ଯେତିକି ଭାବୁଥିଲୁ ତା’ଠାରୁ ବି ଗୁରୁତର । ଏହା ଠିକ୍ ଭାବରେ କାମ ସମସ୍ୟାଟା ଆମେ ଯେତିକି ଭାବୁଥିଲୁ ତା’ଠାରୁ ବି ଗୁରୁତର । ଏହା ଠିକ୍ ଭାବରେ କାମ କରୁନି ତ, ତା’ ସହ ପଛକୁ ଆଣିବା ଓ ଦିଗ ବଦଳେଇବାର ବ୍ୟବସ୍ଥା ମଧ୍ୟ ଠିକ୍ ଭାବରେ କାମ କରୁନାହିଁ ।” ଏତକ ଶୁଣି କ୍ୟାପ୍‌ଟେନ୍ ମୁଣ୍ଡ ହଲଉଥିଲେ ବି ମନେମନେ ଟିକେ ଆଶ୍ୱସ୍ତ ହେଲେ । “ବେଶୀକିଛି ଅସୁବିଧା ହୋଇନି । ସିଷ୍ଟମ୍ ଠିକ୍ ଭାବରେ କାମ କରୁନଥିବା ବେଳେ,
ପ୍ରୋପେଲର୍‌କୁ ପଛକୁ ଆଣିବା ବା ଦିଗ ବଦଳେଇବା ଭଳି ଆକସ୍ମିକ ସଂଯୋଗ ଆସିବାର ସମ୍ଭାବନା ପ୍ରାୟ ନାହିଁ,” ସେ ଭାବୁଥିଲେ । ରୁମ୍ ଭିତରେ ପୁଣି ଆଲୋଚନା ଆରମ୍ଭ ହୋଇଯାଇଥିବାରୁ, ନିଜ ଚିନ୍ତା ରାଜ୍ୟରୁ ଫେରି କ୍ରୀଷ୍ଣମୁର୍ତ୍ତିଙ୍କ କଥା ଶୁଣିବାକୁ କ୍ୟାପ୍‌ଟେନ୍‌ ବାଧ୍ୟ ହେଲେ । “ହୁଏତ ଆଉଜଣେ ମେକାନିକାଲ୍ ଇଂଜିନିୟର୍‌, ଏଡ଼୍‌ୱାର୍ଡ଼ କିମ୍ବା ଲୋଗାନ୍‌…”,

ମିଃ କ୍ରୀଷ୍ଣମୁର୍ତ୍ତି ଙ୍କୁ ଅଧାରୁ ଅଟକେଇଦେଲେ ଇଞ୍ଜିନ ସଜାଡ଼ିବା କାମରେ ମ୍ୟାଥ୍ୟୁଙ୍କୁ ସହାୟତା କରିବା ପାଇଁ ତଦାରଖ ଟିମ୍ ଦ୍ୱାରା ନିଯୁକ୍ତି ପାଇ ଆସିଥିବା ମିଷ୍ଟର ଆଲାଷ୍ଟର । ନିଜକୁ ଅଧିକ ଦକ୍ଷ ଦେଖେଇଲା ଭଳି ସ୍ୱରରେ କହିଲେ, “ମୁଁ ଏବେ ବି ବୁଝିପାରୁନି ଯେ ସେଡ଼୍ରିକ୍‌ କ’ଣ ପାଇଁ ଇଞ୍ଜିନଟା ସଜାଡ଼ିପାରୁ ନାହାନ୍ତି ।”

“ହଁ, ପ୍ରକୃତରେ ତାଙ୍କ କହିବା କଥା ହେଲା ଯେ…” ରୋଡ଼୍ରିଗେଜଙ୍କ ବିଷୟରେ ସବୁ ସତସତ ଉଗାଳି ଦେବାକୁ ବସିଥିଲେ କ୍ରୀଷ୍ଣମୁର୍ତ୍ତି । କ୍ୟାପ୍‌ଟେନ୍‌ଙ୍କ କଟାସ ଚାହାଣୀ ଦେଖି ଅଟକିଗଲେ । “ହଁ, ହଁ… ତାଙ୍କ କହିବା କଥା ହେଲା ଯେ…” ବାକ୍ୟ ପୂରା କରିବା ପାଇଁ ମିଃ. ଆଲାଷ୍ଟାର ଉସୁକେଇଲେ । କ୍ୟାପ୍‌ଟେନ୍‌ଙ୍କ ଆଡ଼କୁ ଟିକେ କଣେଇ ଚାହିଁ, ଛେପ ଢୋକି କ୍ରୀଷ୍ଣମୁର୍ତ୍ତି ବାକ୍ୟ ପୂରା କରିବାକୁ ଚେଷ୍ଟା କଲେ । “କଥା କ’ଣ କି… ସେ ବହୁତ ବ୍ୟସ୍ତ ଅଛନ୍ତି ।”

Comments are closed.