ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡର ହାଇବ୍ରିଡ ମଡେଲ ନେଇ ସବୁଜ ସଙ୍କେତ ଦେଇଛି ଏସିଆନ କ୍ରିକେଟ କାଉନସିଲ । ଭାରତର ସମସ୍ତ ମ୍ୟାଚ ଶ୍ରୀଲଙ୍କାରେ କରାଯିବ ଏବଂ ଅନ୍ୟ ସମସ୍ତ ମ୍ୟାଚ ଘରୋଇ ପରିବେଶରେ କରିବା ପାଇଁ ପିସିବି ପ୍ରସ୍ତାବ ଦେଇଥିଲା । ୧୩ ଜୁନରେ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ । ପାକିସ୍ତାନ-ନେପାଳ, ଆଫଗାନିସ୍ତାନ-ବାଂଲାଦେଶ, ଆଫଗାନିସ୍ତାନ-ଶ୍ରୀଲଙ୍କା ଓ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଗଦ୍ଦାଫି ଷ୍ଟାଡିୟମରେ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ସେହିପରି ଶ୍ରୀଲଙ୍କାର ଗାଲେରେ ଭାରତର ସମସ୍ତ ମ୍ୟାଚ ଆୟୋଜିତ ହେବ । ଏପରିକି ଭାରତ ଫାଇନାଲରେ ପ୍ରବେଶ କଲେ ଏହି ମ୍ୟାଚ ମଧ୍ୟ ପାକିସ୍ତାନ ବାହାରେ ଆୟୋଜିତ ହେବ ।
ଆଇସିସି ସିଇଓ ଜିଓଫ ଏଲର୍ଡିସ ଓ ଚେୟାରମ୍ୟାନ ଗ୍ରେଗ ୱାର୍କେଲ କରାଚୀରେ ପିସିବି ଚେୟାରମ୍ୟାନ ନଜମ ସେଠୀଙ୍କୁ ଭେଟିଥିଲେ । ପାକିସ୍ତାନ ବିଶ୍ୱକପ ନେଇ କୌଣସି ସର୍ତ ରଖିବ ନାହିଁ । ଏହା ବଦଳରେ ଏସିଆ କପ ଆୟୋଜନ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ୱାର୍କେଲ କହିଥିଲେ । ପୂର୍ବରୁ ଭାରତ ଏସିଆ କପ ଖେଳିବାକୁ ନ ଆସିଲେ ପାକିସ୍ତାନ ବିଶ୍ୱକପ ଖେଳିବାକୁ ଯିବ ନାହିଁ ବୋଲି ପରୋକ୍ଷରେ ଧମକ ଦେଇଥିଲା ।
Comments are closed.