Latest Odisha News

BREAKING NEWS

ମା’ଙ୍କ ସ୍ମୃତିରେ ନିର୍ମାଣ କଲେ ତାଜମହଲ

ଚେନ୍ନାଇ: ମୋଗଲ ସମ୍ରାଟ ଶାହାଜାହାନ ପ୍ରେମର ନିଦର୍ଶନ ସ୍ୱରୂପ ନିଜ ପତ୍ନୀ ମମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢିଥିଲେ ତାଜମହଲ, ଯାହାକି ବିଶ୍ୱର ସପ୍ତାଶ୍ଚର୍ଯ୍ୟ ସ୍ମାରକୀ ଭିତରୁ ଅନ୍ୟତମ ।ଏବେ ଜଣେ ଯୁବକ ନିଜ ମାଆଙ୍କ ସ୍ମୃତି ଉଦ୍ଦେଶ୍ୟରେ ନିର୍ମାଣ କରିଛନ୍ତି ଅବିକଳ ତାଜମହଲ,ଯାହାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ।

ଆଗ୍ରାର ତାଜମହଲ କଥା ଚର୍ଚ୍ଚାକୁ ଆସିଲେ ମନକୁ ଆସେ ପ୍ରେମ ଓ ଭଲ ପାଇବାର ନିଚ୍ଛକ କାହାଣୀ । ମୋଗଲ ସମ୍ରାଟ ଶାହାଜାହାନ ନିଜ ପତ୍ନୀଙ୍କ ସ୍ମୃତି ଉଦ୍ଦେଶ୍ୟରେ ଗଢିଥିଲେ ତାଜମହଲ, ଯାହାକୁ ପ୍ରେମର ନିଦର୍ଶନ ବୋଲି ବିଚାର କରାଯାଏ । ଏବେ ତାମିଲନାଡୁର ତିରୁଭରୁର ଜିଲାରେ ରହୁଥିବା ଅମୃଦିନ୍ ଶୈଖ୍ ଦଉଡ୍ ତାଙ୍କ ମା’ଙ୍କ ସ୍ମୃତିକୁ ଜୀବିତ ରଖିବାକୁ ନିର୍ମାଣ କରିଛନ୍ତି ଅବିକଳ ତାଜମହଲ ପରି ମନେ ହେଉଥିବା ଏକ ସୁନ୍ଦର କାରୁକାର୍ଯ୍ୟ ସମ୍ପନ୍ନ ଘର ।

୧୯୮୯ ମସିହାରେ ଅମୃଦିନ୍‌ଙ୍କ ବାପାଙ୍କ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କ ମା’ ଜେଲାନି ଅନ୍ୟତ୍ର ବିବାହ ନ କରି ନିଜର ୫ ପିଲାଙ୍କୁ ବହୁ କଷ୍ଟରେ ବଡ଼ କରିଥିଲେ । ପରିବାରର ଦାୟିତ୍ୱ ପାଇଁ ତାଙ୍କ ଅବଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା । ହେଲେ ଜେଲାନି ବିବିଙ୍କର ୨୦୨୦ ମସିହାରେ ମୃତ୍ୟୁ ହୋଇଗଲା । ମା’ଙ୍କ ଏପରି ଭଲପାଇବା ଓ କୃତଜ୍ଞତାର ପ୍ରତୀକ ସ୍ୱରୂପ ଅମୃଦିନ୍ ଏକ ସ୍ମାରକୀ ନିର୍ମାଣ କରିବାକୁ ନିଷ୍ପତ୍ତି ନେଲେ । ଏନେଇ ପରିବାର ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କଲେ । ତାଙ୍କର ଏହି ପ୍ରସ୍ତାବକୁ ପରିବାରର ସମସ୍ତ ସଦସ୍ୟ ସମର୍ଥନ ବି କଲେ ।

ପରେ ଅମୃଦିନ୍ ମାଆଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବାରେ ଲାଗିପଡ଼ିଲେ । ବିଲ୍ଡର ସାହାଯ୍ୟରେ ସେ ତାଜମହଲ ଅବିକଳ ଘର ନିର୍ମାଣ କଲେ । କେବଳ ସେତିକି ନୁହେଁ, ସେ ସ୍ଥାନୀୟ ମୁସଲମାନ୍‌ମାନଙ୍କ ପାଇଁ ନମାଜ ପଢ଼ିବାର ଏକ ସ୍ଥାନ ମଧ୍ୟ ନିର୍ମାଣ କରିଛନ୍ତି ।

Comments are closed.