Latest Odisha News

BREAKING NEWS

ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଭାରତର ବୃହତ ବିଜୟ

ଆଣ୍ଟିଗୁଆ: ଆଇସିସି ଟେଷ୍ଟ ଚାମ୍ପିୟନସିପର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ପରାସ୍ତ କରି ଏକ ବୃହତ ବିଜୟ ହାସଲ କରିଛି । ଭାରତୀୟ ବୋଲର୍ ଯଶପ୍ରୀତ ବୁମରା ଘାତକ ବୋଲିଂ ପ୍ରଦର୍ଶନ କରି ୫ଟି ୱିକେଟ ନେବା ଫଳରେ ଟିମ୍ ଇଣ୍ଡିଆ ଏହି ବୃହତ ବିଜୟ ହାସଲ କରିପାରିଛି । ସୋମବାର ଦିନ ଖେଳାଯାଇଥିବା ୪ର୍ଥ ଦିବସରେ ହିଁ ଭାରତୀୟ ଦଳ ଏହି ବିଜୟ ହାସଲ କରି ୧-୦ରେ ଅଗ୍ରଣୀ ହାସଲ କରିପାରିଛି ।

ଭାରତ ପ୍ରଥମ ଇନିଂସରେ ୨୯୭ ରନ ଏବଂ ଦ୍ୱିତୀୟ ଇନିଂସରେ ୩୪୩/୭ ରନ କରି ୱେଷ୍ଟଇଣ୍ଡିଜ ସମ୍ମୁଖରେ ୪୧୯ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ୱେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ୨୨୨ ରନ କରିଥିବା ବେଳେ ୨ୟ ଇନିଂସରେ ବୁମରାଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ମାତ୍ର ୧୦୦ ରନରେ ସମସ୍ତ ୱିକେଟ ହରାଇ ପରାସ୍ତ ହୋଇଥିଲା ।

ଯଶପ୍ରିତ ବୁମରା ୫ଟି ୱିକେଟ, ଇଶାନ୍ତ ଶର୍ମା ୩ଟି ଏବଂ ମହମ୍ମଦ ସାମି ୨ଟି ୱିକେଟ ଅକ୍ତିଆର କରିଥିଲେ । ଭାରତୀୟ ଦଳ ୨ୟ ଇନିଂସରେ ୭ଟି ୱିକେଟ ହରାଇ କରିଥିଲା ୩୪୩ ରନ । ଅଜିଙ୍କ୍ୟ ରାହାଣେ ୧୦୨ ରନ, ହନୁମା ବିହାରୀ ୯୩ ରନ ଏବଂ କପ୍ତାନ ବିରାଟ କୋହଲୀଙ୍କ ୫୧ ରନ ଅବଦାନ ରହିଥିଲା ।

Leave A Reply

Your email address will not be published.