Latest Odisha News

BREAKING NEWS

ନାଚି ଗାଇ ପିଲାଙ୍କୁ ପଢ଼ାଉଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

କୋରାପୁଟ: ଓଡ଼ିଶାର ଏକ ସ୍କୁଲ ଶିକ୍ଷକ ଛୋଟ ଛୋଟ ପିଲାଙ୍କୁ ନିଆରା ଢଙ୍ଗରେ ପଢ଼ାଉଥିବାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯାହାକୁ ହଜାର ହଜାର ଲୋକ ପସନ୍ଦ କରିବା ସହ ସେୟାର ମଧ୍ୟ କରୁଛନ୍ତି ।

ଭାଇରାଲ ହେଉଥିବା ଏହି ଶିକ୍ଷକ ଜଣକ ହେଉଛନ୍ତି କୋରାପୁଟ ଜିଲ୍ଲା ଲମଟାପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବରେ ଥିବା ପ୍ରଫୁଲ୍ଲ କୁମାର ପତି ।

ଏହି ଭିଡ଼ିଓରେ ପ୍ରଫୁଲ ପିଲାମାନଙ୍କୁ ଏକ କାବିତା ଆବୃତ୍ତି କରାଉଥିବା ନଜର ଆସିଛି । ଯେଉଁଥିରେ ସେ ପିଲାଙ୍କ ସହ କବିତାର ତାଳେ ତାଳେ ନାଚି ନାଚି ପଢ଼ାଉଥିବା ଦେଖିବାକୁ ମିଳିଛି । ପିଲାମାନେ ମଧ୍ୟ ଶିକ୍ଷକଙ୍କର ଏହି ନିଆରା ଢଙ୍ଗର ପାଠ ପଢେଇବାକୁ ବେଶ ଉପଭୋଗ କରୁଛନ୍ତି ।

ତେବେ ଆଜି ନୁହେଁ ୨୦୦୮ ମସିହା ସର୍ବ ଶିକ୍ଷା ଅଭିଯାନର ଏକ ରିସୋର୍ସ ପର୍ସନ ଭାବେ କାର୍ଯ୍ୟକରିବା ସମୟରୁ ପ୍ରଫୁଲ୍ଲ ପିଲାଙ୍କୁ ପଢେଇବାର ଏହି ନିଆରା ଉପାୟଟିକୁ ବାଛି ନେଇଥିଲେ । ସେଥିପାଇଁ ତାଙ୍କୁ ମିଳିଛି ‘ଡ୍ୟାନ୍ସିଂ ସାର’ର ଆଖ୍ୟା ।

ଏହି ଭିଡ଼ିଓଟି ପତି ସାର ନିଜେ ୨୧ ଅଗଷ୍ଟରେ ଫେସବୁକର ଅପଲୋଡ଼ କରିଥିଲେ । ଯାହାକୁ ଏପର୍ଯ୍ୟନ୍ତ ଦେଢ ହଜାର ଲୋକ ସେୟାର କରି ସାରିଲେଣି ।

ସାରଙ୍କ କହିବା ଅନୁସାରେ ଏଭଳି ନାଚ ଓ ଗୀତ ଜରିଆରେ ସେ ତାଙ୍କ ଛାତ୍ରଛାତ୍ରୀଙ୍କ ମନ ପାଠ ପଢ଼ାରେ ବାନ୍ଧି ରଖି ପାରୁଛନ୍ତି । ଏଥିପାଇଁ ପିଲାମାନେ ମଧ୍ୟ ସ୍କୁଲ ଆସିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି । ଅନେକ ସ୍ଥାନରେ ମଧ୍ୟାହ୍ନ ଭୋଜନ ପରେ ପିଲାମାନେ ଶୋଇଯାଉଥିବା ବେଳେ ଏଭଳି ପଢ଼ାଇବା ଦ୍ୱାରା ପିଲାମାନେ ଶାରୀରିକ ସ୍ତରରେ ମଧ୍ୟ ନିଜକୁ ନିୟୋଜିତ ରଖୁଥିବା ପ୍ରଫୁଲ କହିଥିବା ଜାତୀୟ ଗଣମାଧ୍ୟମ ହିନ୍ଦୁସ୍ତାନ ହିନ୍ଦୁସ୍ତାନ ଟାଇମ୍ସରେ ପ୍ରକାଶ ।

ପତି ସାରଙ୍କ ପଢେଇବାର ଏହି ଶୈଳୀ ସ୍କୁଲ ଛାଡି ଦେଇଥିବା ପିଲାମାନଙ୍କୁ ମଧ୍ୟ ସାହାଯ୍ୟ କରୁଛି । ପିଲାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରତିଜ୍ଞାବଦ୍ଧ ଏହି ଶିକ୍ଷିକଙ୍କୁ ହୃଦୟରୁ କୃତଜ୍ଞତା ।

Leave A Reply

Your email address will not be published.