ଭୁବନେଶ୍ୱର:ନାଁ ନ ନେଇ ୫ଟି ସଚିବଙ୍କ ଉପରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ବର୍ଷିବା ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ମିଶ୍ର ଅପରାଜିତାଙ୍କ ସୁଧାସଳଖ ପ୍ରଶ୍ନର ଉତ୍ତର ନ ଦେଇ ଓଲଟା ଅପରାଜିତାଙ୍କୁ ଆକ୍ଷେପ କରି କହିଛନ୍ତି, ମାଡାମ ଅପରାଜିତା ଷଡଙ୍ଗୀ ବୋଧହୁଏ ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି । ସେ ଆହୁରି କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେହେତୁ ଭୁବନେଶ୍ୱର ପାର୍ଲାମେଣ୍ଟାରୀ ସେଗମେଣ୍ଟ ପାଇଁ ତାଙ୍କୁ ଅବଜରଭର ଦାୟିତ୍ୱ ଦେଇଛନ୍ତି ସେଥିପାଇଁ ସାଂସଦଙ୍କ ନିଦ ହଜି ଯାଇଛି ଏବଂ ସେଥିପାଇଁ ସେ ଏପରି ପ୍ରେସମିଟ କରିଛନ୍ତି ବୋଲି କହିଛନ୍ତି ଶ୍ରୀମୟୀ ମିଶ୍ର ।
ଶ୍ରୀମୟୀ କହିଛନ୍ତି, ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ ବି ସାଂସଦଙ୍କର ବ୍ୟୁରୋକ୍ୟାଟିକ୍ ସ୍ୱଭାବ ଯାଇନି । ମାଡାମ ରାଜନୀତିକୁ ସେବା ମନୋଭାବ ନେଇ ଆସି ନାହାନ୍ତି । ମିଡିଆର ଆଟେନସନ ନେବା ପାଇଁ ଚେଷ୍ଟା କରୁଛନ୍ତି ।
ସାଂସଦଙ୍କ ପ୍ରଶ୍ନର ଉତ୍ତର ନ ଦେଇ ଶ୍ରୀମୟୀ ଓଲଟା ୫ଟିର ପ୍ରଶଂସା କରିବା ସହ ବିଜେଡି ସରକାରଙ୍କ ଯୋଜନା କଥା କହିଥିଲେ । ସେ କହିଥିଲ, ୫ଟି ଦ୍ୱାରା ମନ୍ଦିର ଓ ସ୍କୁଲର ରୂପାନ୍ତରୀକରଣ ହେଉଛି । ବିକାଶ ହେଉଛି । ଏଥିରେ ଅସୁବିଧା କେଉଁଠି ବୋଲି କହିବା ସହ ମ୍ୟାଡାମ ଗଣଶିକ୍ଷା ସଚିବ ଥିଲା ବେଳେ IAS ବୁଦ୍ଧି କେଉଁଠି ଥିଲା ସେ ପ୍ରଶ୍ନ କରିଛନ୍ତି ।
ଶିମୟୀ କହିଛନ୍ତି, ରାଜନୀତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ବିକାଶ ପାଇଁ କାମ କରିବା । ହସ୍ପିଟାଲରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିବା କେଉଁଠି ଭୁଲ ରହିଲା? ପ୍ରକଳ୍ପକୁ ତୁରନ୍ତ ମଞ୍ଜୁରୀ ଦେଇ ପ୍ରକଳ୍ପ ଶେଷ କରିବାରେ ଭୁଲ କେଉଁଠି ରହିଲା ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି ।
ସୂଚନାଥାଉ କି, ଆଜି ସକାଳେ ସାଂସଦ ଅପରାଜିତା ଷଡଙ୍ଗୀ ଏକ ପ୍ରେସମିଟ କରି ନାଁ ନ ନେଇ ୫ଟି ସଚିବ ଓ ତାଙ୍କ କାର୍ଯ୍ୟଶୈଳୀ ଉପରେ ବର୍ଷିଥିଲେ । ୫ଟି ସଚିବଙ୍କୁ ଖୋଲା ଚାଲେଞ୍ଜ ଦେଲେ କହିଥିଲେ, ‘ ଯଦି ରାଜନୀତି କରିବାକୁ ଏତେ ଇଛା ଚାକିରି ଛାଡ଼ ବୋଲି କହିଲେ ଅପରାଜିତା । ‘ସରକାରୀ ଚାକିରି କରିବ, ସରକାରଙ୍କଠାରୁ ଦରମା ନେଇ ରାଜନୀତି କେମିତି କରିବ ବୋଲି ପ୍ରଶ୍ନ କରିଥିଲେ ।
Comments are closed.