Latest Odisha News

ରଥଯାତ୍ରା ପାଇଁ ଚାଲିବ ୨୫୦ଟି ସ୍ୱତନ୍ତ୍ର ବସ

ପୁରୀ : ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ପାଇଁ ଚାଲିବ ସ୍ୱତନ୍ତ୍ର ବସ। ଯାତ୍ରୀ ପରିବହନକୁ ସୁଗମ ଓ ଭକ୍ତଙ୍କ ଯାତାୟାତର ସୁବିଧା ପାଇଁ ପରିବହନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଚଳିତ ରଥଯାତ୍ରାରେ ବିଭିନ୍ନ ରୁଟ୍‌ ପାଇଁ ୨୫୦ଟି ସ୍ୱତନ୍ତ୍ର ବସ ଚାଲିବ। ଏଥିଲାଗି ତାଳବଣିଆରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର, କୋଣାର୍କ ପଟୁ ଆସୁଥିବା ବସ୍ ସହ ଅନ୍ୟାନ୍ୟ ଗାଡ଼ିମୋଟର ଏଠାରେ ପାର୍କିଂ ହେବ। ଏଥିପାଇଁ ତାଳବଣିଆ ପଡ଼ିଆରେ ବାରିକେଡିଂ ବ୍ୟବସ୍ଥା କରାଯାଇଛି।

ସେହିପରି ବ୍ରହ୍ମଗିରି ପାର୍ଶ୍ୱରୁ ଆସିବା ଗାଡି ମଙ୍ଗଳାଘାଟ ଛକ ନିକଟରେ ପାର୍କିଂ କରିବେ। ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀବାହୀ ବସ୍‌ ମାଳତୀପାଟପୁର ବସଷ୍ଟାଣ୍ଡ୍‌ରେ ପାର୍କିଂ କରିବେ। ଯାତ୍ରୀ ଭଡ଼ାରେ ଠକେଇ ସହ ଅନ୍ୟାନ୍ୟ ପରିବହନଗତ ସମସ୍ୟା ଉପରେ ନଜର ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ନିୟୋଜିତ ହେବେ। ଅନ୍ୟପଟେ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି ଯେ ସହରକୁ ଆସୁଥିବା ନିୟମିତ ବସ୍, ଟୁରିଷ୍ଟ ବସ୍, ଦୁଇ ଚକିଆ ଯାନ ଏବଂ ଚାରି ଚକିଆ ଯାନ ପାଇଁ ଆମେ ଏକ ବିସ୍ତୃତ ମୋବିଲିଟି ଯୋଜନା ଜାରି କରିବୁ।

Comments are closed.