Latest Odisha News

BREAKING NEWS

କବିତା : ସାର୍ଥକ ଜନମ

ନିରୁପମା ପତି

ଶୀତ ଆଗମନେ ନିର୍ମଳ ଗଗନେ
ସ୍ବାଗତ କରୁଛି ଧରା,
ପଲ୍ଲବେ ନିହାର ମୁକ୍ତାର ଶିଶିର
ଇନ୍ଦ୍ରଧନୁ ସାଜି ପରା ।।

କୁସୁମେ ଶୋଭିତ ଫଲ୍ଗୁରେ ମୋହିତ
ଚାନ୍ଦିନୀ ପରଶ ପାଇ,
ଆଶାର କୋଣାର୍କ ଗଢ଼ି ଯିବା ଆଜି
ସମ୍ପର୍କର ସାଥୀ ହୋଇ ।।

ଶାନ୍ତି,ପ୍ରୀତି, ମୈତ୍ରୀ ଏକତାର ବାର୍ତ୍ତା
ଦେଇଯିଵା ସର୍ବ ମନେ,
ଗାନ୍ଧୀଙ୍କ ସପନ ରାମରାଜ୍ୟ ପୁଣି
ଆଦର୍ଶ କରି ଜୀବନେ।।

କ୍ଷଣିକ ଜୀବନ ଅଭେଦ କଳ୍ପିତ
ଏକାପଥେ ଯେ ପଥିକ,
ଵିଭୂ ପାଦ ଧ୍ୟାନେ ତେଜଇ ପରାଣ
ଜନମ କରି ସାର୍ଥକ ।।

Comments are closed.