Latest Odisha News

ଭାଷା ଭାଗବତ : ଲେଖକେ ଶବ୍ଦହରା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ଅଭାବୀ, ଅଜ୍ଞାନ ଓ ରୁଗ୍‌ଣ
ଅଳସୁଆ, ଅପରିଚ୍ଛନ୍ନ
ନ ହେଲେ ଜନସାଧାରଣ
କରି ହୁଏନି ପ୍ରଶାସନ

ରାଜନେତା ଓ ପ୍ରଶାସକ
ଲୋଡ଼ଂତି ଏହି ଭଳି ଲୋକ
କିଂତୁ ଯଶସ୍ବୀ କବିଗଣ
ଏବେ ବି ରହିଛଂତି ମୌନ

ସାହିତ୍ୟ ନାମେ ଶବ୍ଦ ଖେଳ
ଚାଲିବ ଆଉ କେତେ କାଳ?
ପାଉନି ପ୍ରଶ୍ନର ଉତ୍ତର
ପଚାରିଲେ ବି ବାରଂବାର

ଲୋକେ ମୂଳହୁଁ ସର୍ବହରା
ଲେଖକେ ଏବେ ଶବ୍ଦହରା

Comments are closed.